ବାରଙ୍ଗ : କାରରେ ଦେଶୀମଦ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ଚନ୍ଦକା ଛକରୁ ୫୪୦ ଲିଟର ଦେଶୀମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ଗିରଫ ଯୁବକ ହେଲେ ସୀତାରାମ ଦାସ । ସୂଚନା ଅନୁସାରେ ଭୁବନେଶ୍ୱର ଅଭୀମୁଖେ ଦେଶୀମଦ ଚୋରା ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଭୁବନେଶ୍ବର ଅବକାରୀ ଟିମ୍ ଚନ୍ଦକା ଛକରେ ଜଗି ରହିଥିଲେ ।
ଜଣେ ଯୁବକ ଏକ କାରରେ ଦେଶୀମଦ ଭର୍ତ୍ତି କରି ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ତାକୁ ମାଡ଼ି ବସିଥିଲା ଅବକାରୀ ବିଭାଗ । ତା ନିକଟରୁ ଅବକାରୀ ଟିମ୍ ବଡ଼ ବଡ଼ ଜରିରେ ଭର୍ତ୍ତି ହୋଇଥିବା ପ୍ରାୟ ୫୪୦ ଲିଟର ଦେଶୀମଦ ଜବତ କରିବା ସହ ଏଥିରେ ବ୍ୟବହୃତ କାରକୁ ଜବତ କରିଛି । ଅବକାରୀ ବିଭାଗ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଛି ।
