ଭୁବନେଶ୍ବର: ଏକ କୋଟି ଟଙ୍କାର ଗଞ୍ଜେଇ ଜବତ । ବରଗଡ଼ ଜିଲ୍ଲା ଝାରବନ୍ଦ ପୋଲିସକୁ ବଡ଼ ସଫଳତା । ଝାରବନ୍ଧ ଥାନା ସାରଙ୍ଗସିଲି ଛକରେ ଟ୍ରକରେ ଭର୍ତ୍ତି ଗଞ୍ଜେଇ ବସ୍ତାକୁ ଧରିବାରେ ସଫଳ ହୋଇଛି ପୋଲିସ । ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଗଞ୍ଜେଇକୁ ଜବତ କରିଛି । ଏହି ବଡ଼ ନିଶା କାରବାର ଧରାଇବାରେ ସଫଳତା ପାଇଛି ପୋଲିସ । ଟ୍ରକରୁ ୬୭ ପ୍ୟାକେଟ ଗଞ୍ଜେଇ ଜବତ ହୋଇଛି । ୨ଟି ମୋବାଇଲ ଗୋଟିଏ କାର ସହ ଗୋଟିଏ ବୋଲେରୋ ଜବତ ହୋଇଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଲେ ଗଞ୍ଜେଇ ବେପାରୀ । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚାଲାଣ । ରୋଗୀ ଏମର୍ଜେନ୍ସି ଆଳ ଦେଖାଇ ପାରି ହେଉଥିଲେ ବେପାରୀ । କଟକରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିଲା । ୨୫କେଜି ଗଞ୍ଜେଇ ସହ ଆମ୍ବୁଲାନ୍ସ ଜବତ ହୋଇଥିଲା । ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।
