ପୁରୀ : ୨୦୦୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ କଲା ଚନ୍ଦନପୁର ଥାନା ପୋଲିସ୍ । ପୁରୀ ଚନ୍ଦନପୁର ତିଆଡି ସାହିରେ ଥିବା ଘର ପଛପଟେ ଚାଲିଥିଲା ବେଆଇନ ପୋଚ ଓ ଦେଶୀ ମଦ ବେପାର । ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର । ଚନ୍ଦନପୁର ପୋଲିସ ଥାନା କେସ୍ ନମ୍ବର ୧୧୪ ଡିଟିଡି ୨୮.୦୪.୨୦୨୬ ୟୁ/ଏସ୍ ୨୭୪/୨୭୫/୧୧୧(୨)(ଆଇ) ବିଏନ୍ଏସ୍ /୫୨(ଏ)(ଆଇ) ଓଡ଼ିଶା ଏକ୍ସାଇଜ୍ ଆକ୍ଟରେ ମାମଲା ରୁଜ୍ଜୁ କରିଛି ।
୨୦୦୦ ଲିଟର ପୋଚୋ, ୨୦ ଲିଟର ଇ/ଡି ମଦ ଏବଂ ଗୋଟିଏ ହଣ୍ଡା ଜବତ କରାଯାଇଛି । ପୁରୀର ତିଆଡିସାହିର ଜଣେ ବ୍ୟକ୍ତି ତାଙ୍କ ଘର ପଛ ପାର୍ଶ୍ୱରେ ଦେଶୀ ମଦ ପ୍ରସ୍ତୁତ କରୁଥିବାର ସୂଚନା ପାଇଥିଲେ । ଏହି ସୂଚନା ଆଧାରରେ ଲୋକଙ୍କ ଉପସ୍ଥିତିରେ ଚଢାଉ କରାଯାଇ ଘର ପଛ ପାର୍ଶ୍ୱରୁ ଉପରୋକ୍ତ ଜିନିଷପତ୍ର ଜବତ କରାଯାଇଥିଲା । କିନ୍ତୁ ପୋଲିସ ଦଳକୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା ।
