ଜଳେଶ୍ବର : କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ଯୁତ ସାମନ୍ତଙ୍କ ଦ୍ବାରା ପ୍ରତିଷ୍ଠିତ ଆର୍ଟ ଅଫ ଗିଭିଂ କାର୍ଯ୍ଯକ୍ରମକୁ ସମଗ୍ର ବିଶ୍ବରେ ପାଳନ କରାଯାଉଥିବା ବେଳେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତରେ ଏହି ଦିବସକୁ ପାଳନ କରାଯାଇଛି । ଆର୍ଟ ଅଫ ଗିଭିଂର ୧୩ ତମ ପ୍ରତିଷ୍ଠା ଦିବସ ଅବସରରେ ଚଳିତ ବର୍ଷର ଥିମ ସେୟାର ଟୁ ସାଇନ ରହିଥିବା ବେଳେ ବ୍ଲକ ସ୍ତରରେ ଯୁବକ ମାନଙ୍କ ଶାରୀରିକ ଓ ମାନସିକ ବିକାଶ ସହ ସେମାନଙ୍କ ଉଦ୍ଦେଶ୍ୟରେ ଭଲି ବଲ ଖେଳ ପାଇଁ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଆରୁହା ପଞ୍ଚାୟତର ସରପଞ୍ଚ ତପନୀ ଭୂୟାଂ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ମାନବିକତା ସେବା ଓ ସମାଜ ପ୍ରତି ଦାୟିତ୍ବ ବୋଧ ସନ୍ଦେଶକୁ ପ୍ରଚାର ପ୍ରସାର କରିବା ଆର୍ଟ ଅଫ ଗିଭିଂ କାର୍ଯ୍ଯକ୍ରମର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ।
ସ୍ଥାନୀୟ ଯୁବକ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ଡକ୍ଟର ଅଚ୍ଯୁତ ସାମନ୍ତଙ୍କ ସମାଜ ସେବା ଓ ଶିକ୍ଷା କ୍ଷେତ୍ରରେ ନିରନ୍ତର ପ୍ରୟାସ ରହିଛି । କ୍ରୀଡ଼ାକ୍ଷେତ୍ରରେ ଯୁବକଙ୍କୁ ଉତ୍ସାହିତ କରିବା ଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି । ଜନଜାତିଙ୍କ ପାଇଁ ନିରନ୍ତର ପ୍ରୟାସ ଠାରୁ ଆରମ୍ଭ କରି ଦେଶରେ ଶିକ୍ଷାର ବିକାଶ ସହ କ୍ରୀଡ଼ାକୁ ଗୁରୁତ୍ଵ ଭଳି ଅଭିନବ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ଯକ୍ରମରେ ବାଲେଶ୍ବର କିସ୍ ଶାଖାର ଆସିଷ୍ଟାଣ୍ଟ ସିଇଓ ବୈଶାଖୀଦାସ ଏବଂ କିସ୍ ଜିଲ୍ଲା ସଂଯୋଜକ ଆଶୁତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
