ଜୟପୁର : ବୋରିଗୁମ୍ମା ବିସିଂପୁର ଥାନା ଅଞ୍ଚଳରୁ ନୂତନ ଜଗନ୍ନାଥ ମନ୍ଦିର ଏବଂ ଘର ଚୋରି ମାମଲାର ପର୍ଦାଫାସ କରିଛି ବିସିଂପୁର ପୋଲିସ । ଗତ ୧୪ ତାରିଖରେ ମନ୍ଦିର ହୁଣ୍ଡି ଭାଙ୍ଗି ନଗଦ ଲକ୍ଷାଧିକ ଟଙ୍କା ଏବଂ ଠାକୁରଙ୍କ ସୁନା ରୁପା ଅଳଙ୍କାର ଲୁଟି ନେଇ ପ୍ରମାଣ ନଷ୍ଟ କରିଥିଲେ ଚୋର । ଏମିତିକି ସିସିଟିଭି ହାର୍ଡ ଡିସ୍କକୁ ନେଇ ସମସ୍ତ ପ୍ରମାଣ ନଷ୍ଟ କରିଥିଲେ ଦୁର୍ବୁତ୍ତ । ବଡ଼ିଗାଁ ର ଅନ୍ୟ ଏକ ଚୋରି ଘଟଣାରେ ଘରେ କେହି ନଥିବା ଅବସ୍ଥାରେ ଲକ୍ଷାଧିକ ଟଙ୍କା ଚୋରି କରିଥିଲେ ଦୁର୍ବୁତ୍ତ ।
ଉଭୟ ଘଟଣାରେ ପୋଲିସ ତିନିଜଣଙ୍କୁ ଗିରଫ କରିବା ସହ ୫୦୦ ଗ୍ରାମ ରୁପା,୧ ତୋଳା ସୁନା,୨୬୦ ଗ୍ରାମ ରୁପା,ଶାଳଗ୍ରାମ, ରୁଦ୍ରାକ୍ଷ,କିଛି ପୁରୁଣା କୋଏନ,ପୁରୁଣା ନୋଟ ସହ ତିନିଟି ବାଇକ, ଖଣ୍ଡା, ଛୁରୀ, ଲୁହା ଛଡ଼, ଲଙ୍କା ଗୁଣ୍ଡ ଏବଂ ଦୁଇଟି ମୋବାଇଲ ଜବତ କରିଛି । ସବୁଠାରୁ ବଡ଼ କଥା ଏହି ମନ୍ଦିର ଚୋରି ଗ୍ୟାଙ୍ଗରେ ଜଣେ ମହିଳା ସମ୍ପୃକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣlର ମାଷ୍ଟର ମାଇଣ୍ଡକୁ ଅତିଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବୋରିଗୁମ୍ମା ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ।
