ବାରଙ୍ଗ : କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚଢାଉ କରି ୯୦୦ ଲିଟର ଦେଶୀମଦ ସହ ଜଣଙ୍କୁ ଗିରଫ କରିଛି । ଏଥିସହ ଚାଲାଣରେ ବ୍ୟବହୃତ କାରକୁ ମଧ୍ଯ ଜବତ କରିଛି । ଗିରଫ ଯୁବକ ଜଣକ ହେଲେ କ୍ୟାପିଟାଲ ଥାନା ଅର୍ନ୍ତଗତ ଗଙ୍ଗନଗର ଅଞ୍ଚଳର ପ୍ରଣବ ନାୟକ । ସୂଚନା ମୁତାବକ ଅବକାରୀ ଅଧିକ୍ଷକ ସମରଜିତ୍ ଦାସ ଏବଂ ଅବକାରୀ ଉପ ଅଧିକ୍ଷକ ରୋସନ ଇସୁ ହାଁସଦାଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ନନ୍ଦନକାନନ ଛକ ନିକଟରେ ଡେରା ପକାଇଥିଲେ।
ବାରଙ୍ଗ ପଟୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ HYUNDAI i20 କାରକୁ ଅଟକାଇଥିଲେ। କାରକୁ ଯାଞ୍ଚ ସମୟରେ ସେଥିରେ ପ୍ରାୟ ୯୦୦ ଲିଟର ଦେଶୀମଦକୁ ଜବତ କରିଥିଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ। ଏହି ଘଟଣାରେ ଭୁବନେଶ୍ୱର କ୍ୟାପିଟାଲ ଥାନା ଗଙ୍ଗନଗର ଅଞ୍ଚଳର କାର ଚାଳକ ପ୍ରଣବ ନାୟକଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି ଅବକାରୀ ଟିମ୍ । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ପ୍ରାୟ ୧.୮୦ ଲକ୍ଷ ଟଙ୍କା ହେବ।
