ସମଗ୍ର ଭାରବର୍ଷରେ ହିନ୍ଦୁ ମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟରତ ହିନ୍ଦୁ ଏକତା ମଞ୍ଚ,ଓଡ଼ିଶା ଏହାର ଭୁବନେଶ୍ୱର ମହାନଗର କମିଟି ପୁନର୍ଗଠନ କରିଛି।ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଜେନାଙ୍କ ସଭାପତିତ୍ବରେ ରାଜ୍ୟ ସମ୍ପାଦକ ଡକ୍ଟର ପ୍ରଭାତ କୁମାର ସାହୁ ରାଜ୍ୟ ସଂଯୋଜକ ଶ୍ରୀ ସୁଶୀଲ ପାଲ ଏବଂ ସଂସ୍ଥାପକ ଅଦସ୍ୟ ଶ୍ରୀ ପୀତବାସ ବାରିକ ଙ୍କ ଉପସ୍ଥିତିରେ ଉତ୍କଳ ସମ୍ମିଳନୀ ସଭା ଗୃହରେ ଗତ ଟା ୧୯, ୦୫ ୨୬ ରିଖ ଅପରାହ୍ନ ୫ ଘଟିକା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକ ଆରମ୍ଭରେ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ସଭାର ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ।ରାଜ୍ୟ ସଭାପତି ଶ୍ରୀଯୁକ୍ତ ଜେନା ହିନ୍ଦୁ ଧର୍ମର ଅଧୋପତନ ର କାରଣ, ଏହାର ସୁରକ୍ଷା,ଗୋ ବଂଶର ରକ୍ଷା ପାଇଁ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ।ବୈଠକରେ ଏହାର ସାଧାରଣ ପରିଷଦ ପୁନର୍ଗଠନ କରାଯାଇ ଅନେକ ନୂତନ ସଭ୍ୟ ଗ୍ରହଣ କରାଗଲା । ଡ଼ ସୁରେନ୍ଦ୍ର ମୋହନ ମିଶ୍ର ,ସଭାପତି,ଶ୍ରୀ ସୁଶୀଲ କୁମାର ପ୍ରଧାନ,କାର୍ଯ୍ୟକାରୀ ସଭାପତି,ଶ୍ରୀମତୀ ମିନତି ପାଲ,ଉପ ସଭାପତି,ଶ୍ରୀ ସୁରଜିତ ମହାନ୍ତି ଉପ ସଭାପତି, ଡ ମିହିର ପଟ୍ଟନାୟକ ଉପ ସଭାପତି ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର ସମ୍ପାଦକ,,ଶ୍ରୀ ମାଧବାନନ୍ଦ ଚଇନି ସହ ସମ୍ପାଦକ, କୁମାରୀ ଗୀତାଞ୍ଜଳି ପାତ୍ର ସହ ସମ୍ପାଦକ ଶ୍ରୀ ମନୋଜ ରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ,ଶ୍ରୀ ଶତ୍ରୁଘ୍ନ ଓଝା ଉପ କୋଷାଧ୍ୟକ୍ଷ,ଭାବରେ ମନୋନୀତ ହୋଇଥିଲେ।ଶ୍ରୀ ଅକ୍ଷୟ କୁମାରସ୍ୱାଇଁ ଶ୍ରୀ କୈଳାଶ ଚନ୍ଦ୍ର ଦାସ, ଶ୍ରୀମତୀ ଅର୍ପିତା ପଟ୍ଟନାୟକ ସୌଦାମିନୀ ପଣ୍ଡା ଆଡ଼ଭୋକେଟ ଶୁଭ୍ରାଂଶୁ କୁମାର ଚମ୍ପତି ,ଶ୍ରୀ ବିଭୂତି ଭୂଷଣ ନାୟକ, ଶ୍ରୀ ଅକ୍ଷୟ କୁମାର ସାହୁ,ଶ୍ରୀ ବିଭୀଷଣ ମହାକୁଡ ,ପ୍ରମୁଖ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିଲା ବେଳେ ବେଳେ ଶ୍ରୀ ରାମ ହରି ମିଶ୍ର, ଡ ସୁବୋଧ ରାଉତରାୟ, ଡ କେ ସି ପାଣିଗ୍ରାହୀ,ଶ୍ରୀ ବସନ୍ତ କୁମାର ପଢ଼ିଆରୀ ପ୍ରମୁଖଙ୍କୂ ଉପଦେଷ୍ଟା ଭାବରେ ଗ୍ରହଣ କରାଯାଇଥିଲା । ଡ଼ ସୁରେନ୍ଦ୍ର ମିଶ୍ରଙ୍କୁ ବାଜପେୟୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଏକ ସ୍ମରଣିକା ପ୍ରସ୍ତୁତିର ଦାୟିତ୍ଵ ଦିଆଯାଇଥିଲା ଆଜୀବନ ସଦସ୍ୟ ରମାକାନ୍ତ ନାୟକ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରାଯାଇଥିଲା।ସଭା ଶେଷରେ ଶ୍ରୀ ସୁଶୀଲ କୁମାର ପ୍ରଧାନ ଧନ୍ୟବାଦଅର୍ପଣ କରିଥିଲେ।
