ଭୁବନେଶ୍ବର: ଆସୁଛି କାଳବୈଶାଖୀ । ଖସିବ ପାରଦ, କମିବ ତାତି । ରାଜ୍ୟରେ କାଳବୈଶାଖୀ ଓ ବର୍ଷା ପ୍ରଭାବରେ ୨-୪ ଡିଗ୍ରୀ ହ୍ରାସ ପାଇବ ଦିନ ତାପମାତ୍ରା । ଆଜି କାଳବୈଶାଖୀ ପାଇଁ ୨୮ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ସେଥିମଧ୍ୟରୁ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି କାଲି ମଧ୍ୟ କାଳବୈଶାଖୀ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ହୋଇଛି । ୨୯ ଏବଂ ୩୦ ତାରିଖରେ ପୁରା ରାଜ୍ୟକୁ କାଳବୈଶାଖୀ ୱାର୍ଣ୍ଣିଂ ରହିଛି ।
ତେବେ ୨୯ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । କାଳବୈଶାଖୀ ପାଇଁ ୨୯ ତାରିଖରେ ୧୨ ଜିଲ୍ଲାକୁ ଏବଂ ୩୦ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦୁଇ ଦିନ ମୟୂରଭଞ୍ଜ ଏବଂ କେନ୍ଦୁଝରରେ କାଳବୈଶାଖୀ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ।
