ରାଜନଗର: ସବୁଦିନ କିଛି ନା କିଛି ଦୁର୍ଘଟଣା ହେଉଛି । ସବୁଠାରୁ ବଡ଼ ଦୁର୍ଘଟଣା ହେଉଛି ସଡ଼କ ଦୁର୍ଘଟଣା । ବର୍ତ୍ତମାନ ସାମ୍ନାକୁ ଆସିଛି ରାଜନଗରର ଏକ ବଡ଼ ସଡ଼କ ଦୁର୍ଘଟଣା । ଯେଉଁଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଯାହା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରାଜନଗରରେ ଦେଖାଦେଇଛି ଏକ ବଡ଼ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ମୁଗକଣୀ ଗାଁ ନିକଟରେ ହୋଇଛି ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ରାସ୍ତା ଢ଼ଳେଇ କାମ ସାରି ପିକଅପ ଗାଡ଼ିରେ ଯାଉଥିବା ବେଳେ ଗାଡିଟି ଭାରସମ୍ୟ ହରାଇ ଥିଲା, ଯାହା ଫଳରେ ରାସ୍ତା ତଳକୁ ଓଲଟି ପଡିଲା । ଘଟଣା ସ୍ଥଳରେ ଗୋଖନୀ ଗାଁର ସୁମନ୍ତ ମହାନ୍ତି, ଚିଂଚିରି ଗାଁର କୁମର ବାରିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି ।
