କୁଚିଣ୍ଡା : ବନ ବିଭାଗର ଚଢ଼ାଉ, ୨ ବେଆଇନ ଦେଶୀ ବନ୍ଧୁକ, ବିସ୍ପୋରକ ସାମଗ୍ରୀ ସହ ୭ଜଣଙ୍କୁ ଅଟକ ରଖିଛି ବନବିଭାଗ । ବନ୍ୟଜନ୍ତୁ ଶିକାର କରିଥିବା ଅଭିଯୋଗରେ ବାମରା ବନଖଣ୍ଡ ବଡ଼ରମା ଫରେଷ୍ଟ ରେଞ୍ଜ ଉଡସିଂଘ ଗାଁର ୭ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବିଭାଗ । ବନବିଭାଗ ଜଙ୍ଗଲରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ନିରୀକ୍ଷଣ ପାଇଁ ଟ୍ରାଫ କେମେରା ଲଗାଇଥିବା ବେଳେ ଗତ କିଛିଦିନ ତଳେ କିଛି କେମେରା ଚୋରୀ ହୋଇଯାଇଥିଲା । ବନବିଭାଗ କେମେରା ଚୋରୀ ତନାଘନା ଜାରି ରଖି ଥିବା କାମେରା ଫୁଟେଜ ଯାଞ୍ଚ କଲାବେଳେ ଉଡିସିଂଘ ଗାଁର କିଛି ଅସାମାଜିକ ଲୋକ ଜଙ୍ଗଲ ଭିତରକୁ ବନ୍ଧୁକ ଧରି ଯିବା ସହ ଜନ୍ତୁ ଶିକାର କରିଥିବା ଜାଣିବାକୁ ପାଇଥିଲା । ବନବିଭାଗ ଗତକାଲି ରାତିରେ ଉଡ଼ସିଂଘ ଗାଁରେ ଚଢ଼ାଉ କରି ୭ ଜଣଙ୍କୁ ଅଟକ ରଖି ଥିବା ବେଳେ ତାଙ୍କ ପାଖରୁ ଦୁଇଟି ଭର୍ତ୍ତି ବେଆଇନ ଦେଶୀ ବନ୍ଧୁକ ଓ ବିସ୍ପୋରକ ସାମଗ୍ରୀ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।
