କାମାକ୍ଷାନଗର : ଡିୟୁଟିରେ ଥିବା ସମୟରେ ଉପକାରାଗାର ହାବିଲଦାରଙ୍କ ମୃତ୍ୟୁ । ମୃତ ହାବିଲଦାର ଜଣକ ହେଲେ ଶିରୀଶ ଚନ୍ଦ୍ର ନାୟକ। କାମାକ୍ଷାନଗର ଉପକାରାଗାରରେ ଅଘଟଣ । ସୂଚନା ଅନୁସାରେ ଶିରୀଶ ଆଜି ଉପକାରାଗାର ଭିତରେ ଡିୟୁଟି କରୁଥିବା ବେଳେ ଅପରାହ୍ନ ସମୟରେ ହଟାତ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ପାଟିରୁ ଫେଣ ବାହାରୁଥିବା ବେଳେ ଏହା ଦେଖି ପାଖରେ ଥିବା କର୍ମଚାରୀ ତୁରନ୍ତ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଇ ଶିରୀଶଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି
