ଭୁବନେଶ୍ୱର : ରାଜ୍ୟରେ ବଦଳିବ ଘରଭଡ଼ା ନିୟମ। ଘରଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ବଚ୍ଛ କରିବାକୁ ଲକ୍ଷ୍ୟରେ ରାଜ୍ଯ ସରକାରଙ୍କ ନୂଆ ଚିଠା ପ୍ରକାଶ। ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬ ଚିଠା ଜାରି ହୋଇଛି। କେନ୍ଦ୍ରର ମଡେଲ ଟେନାନ୍ସି ଆକ୍ଟ ଆଧାରରେ ଚିଠା ପ୍ରସ୍ତୁତ କରାଯାଇଛି। ଏଣିକି ମୌଖିକ ନୁହେଁ, ଲିଖିତ ଚୁକ୍ତିରେ ଦିଆଯିବ ଘର ଭଡ଼ା। ଘରମାଲିକ-ଭଡ଼ାଟିଆ ବିବାଦର ବି ହେବ ଶୀଘ୍ର ହେବ ସମାଧାନ। ଏଥିପାଇଁ ସ୍ବତନ୍ତ୍ର ନ୍ୟାୟାଳୟ ଗଠନ ହେବ। ଏହି ଚିଠା ଆଇନରେ ଘରମାଲିକ ଓ ଭଡ଼ାଟିଆଙ୍କ ଅଧିକାର, ଦାୟିତ୍ୱ ଓ ବିବାଦ ସମାଧାନ ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି।
