ଭୁବନେଶ୍ୱର: ଭୁବନେଶ୍ୱର ସିରିଜ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଧର ଟୋପଙ୍କ ମୃତ୍ୟୁ ଘଟିଛି । ତାଙ୍କ ଘର ଭୁବନେଶ୍ୱରର ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନୀ ଅଞ୍ଚଳରେ ବୋଲି ସୂଚନା ମିଳିଛି । ଗୁରୁତର ଆହତ ଅବସ୍ଥାରେ ଲକ୍ଷ୍ମୀଧରଙ୍କୁ ପୂର୍ବରୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନଙ୍କର ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।
ସୂଚନା ଅନୁସାରେ ଗତକାଲି ରାତିରେ ମୈତ୍ରିବିହାର ଥାନା ଅଞ୍ଚଳ ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା ଘଟିଥିଲା । ସନ୍ତୋଷ ବେହେରା ଓ ଜେରମ ଏକାଙ୍କ ମୃତ୍ୟୁ ଘଟିଥିଲା । ଆଉ ୪ ଜଣ ଆହତ ହୋଇଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ଗାଡି ଡ୍ରାଇଭର ଅନିଲ କୁମାର ଗୌଡା ଥାନାରେ ଆତ୍ମସମର୍ପଣ କରିଛି । ଗତକାଲି ରାତି ପ୍ରାୟ ୮ଟା ୩୦ ମିନିଟରେ ପ୍ରେସ ଛକରେ ଦୁର୍ଘଟଣା ଘଟିଥିଲା । ଇଭି କାରକୁ ଜବତ କରି ତଦନ୍ତ କରୁଛି ପୋଲିସ ।
