ପୁରୀ : ସ୍ନାନ ଯାତ୍ରା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ ଅଣସରରେ ରହିଥାନ୍ତି । ଏହି ସମୟରେ ରତ୍ନ ସିଂହାସନରେ ପଟି ଦିଅଁଙ୍କୁ ପୂଜା କରାଯାଏ । ଚିତ୍ରକାର ସାହିରେ ଅନନ୍ତ ବାସୁଦେବ ଓ ମା ଭୁବନେଶ୍ବରୀଙ୍କ ପଟି ଦିଅଁ ତିଆରି ହେଉଥିବାବେଳେ ବାସେଳୀ ସାହିର ପଣାପ୍ରିୟା ସାହିରେ ଅନନ୍ତ ନାରାୟଣଙ୍କର ପଟି ଦିଅଁ ତିଆରି ହୋଇଥାଏ । ଏହି ପଟି ଦିଅଁଙ୍କର ଆକାର ୪ ଫୁଟ ଚଉଡା ଓ ସାଢ଼େ ୫ ଫୁଟ ଉଚ୍ଚତା ରହିଥାଏ । ଏହି ପଟି ଦିଅଁରେ ଠାକୁରଙ୍କ ମୂର୍ତ୍ତି , ସିଂହାସନ ଓ ସଖୀ ଅଙ୍କାଯାଇଥାଏ । ନୀତିନିଷ୍ଠାରେ ରହି ୭ରୁ ୮ଜଣ ଏହି କାର୍ଯ୍ୟରେ ଲାଗି ପଡ଼ିଥାନ୍ତି । ଅଣସର ପରେ ଏହି ପଟି ଦିଅଁଙ୍କୁ ବିସର୍ଜନ କରାଯିବା ଶ୍ରୀମନ୍ଦିର ପରମ୍ପରାରେ ଲିପିବଦ୍ଧ ରହିଛି ।
