ବାଙ୍ଗିରିପୋଷି : ଗୋ-ମାଫିଆଙ୍କୁ ସହଯୋଗ ଅଭିଯୋଗରେ ୨ ପୋଲିସ କର୍ମଚାରୀ ନିଲମ୍ବିତ । ମୟୂରଭଞ୍ଜ ଝାରପୋଖରୀଆ ଥାନା ଏଏସଆଇ ରଣଜିତ ନାଏକ ଏବଂ କନେଷ୍ଟବଳ ଆଶିଷ ନାଏକ ନିଲମ୍ବିତ । ହୋମଗାର୍ଡ ସୁବ୍ରତ ପଢିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଗୋ-ମାଫିଆଙ୍କୁ ଫେରାର ହେବାରେ ସହଯୋଗ କରିବା ନେଇ ଏମାନଙ୍କ ନାଁରେ ଅଭିଯୋଗ ରହିଛି । ସୂଚନା ଅନୁଯାୟୀ, ବେଆଇନ ଗୋ-ଚାଲାଣ ମାମଲାରେ ସଂପୃକ୍ତ ଉତ୍ତମ ଦଣ୍ଡପାଟଙ୍କ ଘରେ ଝାରପୋଖରିଆ ପୋଲିସ ଚଢାଉ କରିଥିଲା । ଚଢ଼ାଉ ପୂର୍ବରୁ ଅଭିଯୁକ୍ତକୁ ଘରୁ ଫେରାର ହେବାରେ ସହଯୋଗ କରିଥିବା ନେଇ ଏମାନଙ୍କ ନାଁରେ ଅଭିଯୋଗ ରହିଛି । ଏନେଇ ଏସପି ଦୀପକ ଗୋଛାୟତ ଦେଇଛନ୍ତି ସୂଚନା ।
