ବାଲେଶ୍ବର : ୧୦ କୋଟିର ବ୍ରାଉନସୁଗର ଜବତ । ବାଲେଶ୍ବର ପାଲଟିଛି ଧଳା ଜହରର ସହର । ଘରର ବିଭିନ୍ନ ସ୍ଥାନରୁ ମିଳିଲା ପୁଳା ପୁଳା ବ୍ରାଉନ ସୁଗର। ଫ୍ରିଜ୍, ୱାସିଂମସିନ୍ ଭିତରେ ଲୁଚାଇ ରଖିଥିଲେ ପ୍ରାୟ ୧୦ କେଜିରୁ ଅଧିକ ବ୍ରାଉନ ସୁଗର । ଯାହାର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କା ହେବ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ଥାନା ପୋଲିସ ।
ଏମାନେ ହେଲେ ଏସକେ ଅସଗର ଓ ହମିଦା ବିବି। ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ଗୋପାଳ ଗାଓଁ ଘରେ ଚଢ଼ଉ କରିଥିଲା ପୋଲିସ। ବ୍ରାଉନସୁଗର ସିଜ୍ କରିବା ସହ ଉଭୟଙ୍କୁ ଗିରଫ କରିଥିଲା। ଏମାନେ ସକ୍ରିୟ ଭାବେ ବ୍ରାଉନସୁଗର କାରବାରରେ ସଂପୃକ୍ତ ଥିବା ପୋଲିସ କହିଛି। ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୬୨ ହଜାର ଟଙ୍କା, ୧୧ ଟି ATM, ପ୍ୟାନ କାର୍ଡ, ଆଧାରକାର୍ଡ , ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ ହୋଇଛି। ଗୋଟିଏ ସ୍କୁଟି, ୬ ଟି ଫୋନ୍, ୨ଟି ଓଜନ ମେସିନ୍ ସହ ବିଭିନ୍ନ ରାସାୟନିକ ପଦାର୍ଥ ମଧ୍ୟ ଜବତ ହୋଇଛି।
