ଭୁବନେଶ୍ବର : ଆଜିଠୁ ପରିବହନ ବିଭାଗର ଯାଞ୍ଚ ଆରମ୍ଭ । ପରମିଟ, ଫିଟନେସ ଓ ଇନ୍ସୁରାନ୍ସ ନଥିଲେ ନେବ କାର୍ଯାନୁଷ୍ଠାନ। ଏନେଇ ରାଜ୍ୟ ବ୍ୟାପି ଜୋରଦାର ଧରପଗଡ଼ । ଫିଟନେସ ନଥିଲେ ସିଜ ହୋଇପାରେ ଗାଡି ।ଭଦ୍ରକ, ଅନୁଗୋଳ, ଭୁବନେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଚଣ୍ଡିଖୋଲ ସମେତ ବିଭିନ୍ନ RTOଙ୍କ ପକ୍ଷରୁଚାଲିଛି ଚେକିଂ। କଟକରୁ ବ୍ରହ୍ମପୁର ଯାଉଥିବା ବସର ନଥିଲା ଫିଟନେସ ଏନେଇ ଜବତ ହୋଇଛି ବସ । ବୈଧ ଫିଟନେସ୍ ଏବଂ ବୀମା ବାପରମିଟ ସାର୍ଟିଫିକେଟ ନଥିଲେ ପାଇଁ ପରିବହନ ବିଭାଗ ଏନେଇ ଆକ୍ସନ ନେବ ବୋଲି ପୁର୍ବରୁ କୁହାଯାଇଥିଲା । ଏନେଇ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରିରହିଛି ।
ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ଅଟକ ରଖାଯାଇ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ରାଜ୍ୟ ପରିବହନ ଆୟୋଗ ପକ୍ଷରୁ ସୁଚିତ କରାଯାଇଛି । ବିନା ଫିଟନେସ ଗାଡ଼ି ବିରୋଧରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଦୁଇଦିନ ମଧ୍ୟରେ (ଜୁଲାଇ ୫ ଓ ୬) ମୋଟ ୩,୦୫୭ଟି ଗାଡ଼ି ଯାଞ୍ଚ କରାଯାଇଥିବା ବେଳେ ବିନା ଫିଟନେସ/ପଞ୍ଜୀକରଣ ବାବଦରେ ୪୭୮ଟି, ବିନା ପରମିଟ୍ରେ ଗାଡ଼ି ଚାଳନା ଯୋଗୁଁ ୬୫ଟି ଏବଂ ଉଭୟ ନିୟମ ଉଲ୍ଲଙ୍ଘନ କରିଥିବା ଯୋଗୁଁ ୧୭୨ଟି ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି।
ଦୁଇ ଦିନ ମଧ୍ୟରେ ଭୁବନେଶ୍ୱର-୧ ଆରଟିଓ ୩୦୫ଟି ଗାଡ଼ି ଯାଞ୍ଚ କରିଥିବା ବେଳେ ଗଞ୍ଜାମ ଆରଟିଓ ୨୯୭ଟି, କଟକ ଆରଟିଓ ୨୦୧ଟି, ଚଣ୍ଡିଖୋଲ ଆରଟିଓ ୧୯୮ଟି ଏବଂ ମୟୂରଭଞ୍ଜ ଆରଟିଓ ୧୪୮ଟି ଗାଡ଼ି ଯାଞ୍ଚ କରିଛନ୍ତି। ବିନା ପଞ୍ଜିକରଣ କିମ୍ବା ଫିଟନେସ ପରି ନିୟମ ଉଲ୍ଲଙ୍ଘନ ପାଇଁ ଦୁଇ ଦିନ ମଧ୍ୟରେ ଭୁବନେଶ୍ୱର-୧ ଆରଟିଓ ପକ୍ଷରୁ ୭୨ଟି ଚାଲାଣ ଜାରି କରାଯାଇଥିବା ବେଳେ କଟକ ଆରଟିଓ ୬୧ଟି, ଚଣ୍ଡିଖୋଲ ଆରଟିଓ ୩୫ଟି, ବାଲେଶ୍ୱର ଆରଟିଓ ୨୪ଟି ଏବଂ ଝାରସୁଗୁଡ଼ା ଆରଟିଓ ୧୫ଟି ଚାଲାଣ ଜାରି କରିଛନ୍ତି । ସେହିପରି ବିନା ପରମିଟ୍ରେ ଗାଡ଼ି ଚାଳନା ବିରୋଧରେ ଝାରସୁଗୁଡ଼ା ଆରଟିଓ ୭ଟି, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଆରଟିଓ ୬ଟି ଲେଖାଏଁ ଏବଂ କଟକ ଓ ଗଞ୍ଜାମ ଆରଟିଓ ପକ୍ଷରୁ ୫ଟି ଲେଖାଏଁ ଚାଲାଣ ଜାରି କରାଯାଇଛି ।
