ଉଦଳା : ଘର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଉଦଳା ଥାନା ସିମଳାବନ୍ଧ ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଗ୍ରାମର ଅର୍ଜୁନ ସୋରେନଙ୍କ ଝିଅ ଉର୍ମିଳା ସୋରେନ ନୀଳଗିରି କଲେଜରେ ଯୁକ୍ତଦୁଇ ପାଠ ଶେଷକରି ଆଜି ବାରିପଦାର ଏକ କଲେଜରେ ଯୁକ୍ତ ୩ ଆଡ଼ମିସନ ହୋଇଥାନ୍ତେ । ହେଲେ ମଧ୍ୟାହ୍ନରେ ଅଚାନକ ପରିବାର ଲୋକେ ବାହାରକୁ ଯାଇଥିବା ବେଳେ ଘରକୁ ଫେରି ଘର କବାଟ ବନ୍ଦଥିବା ଦେଖିବାକୁ ପାଇଥିଲେ । ବାରମ୍ବାର ଡାକିଥିଲେ ସୁଦ୍ଧା କେହି ଶୁଣିନଥିବା ବେଳେ କବାଟ ଖୋଲି ଦେଖିବାରୁ ତାଙ୍କ ଝିଅ ଉର୍ମିଳାର ମୃତଦେହ ଦେଖିବାକୁ ପାଇଥିଲେ । ଉର୍ମିଳାଙ୍କ ଭାଇ ମୃତଦେହକୁ ତଳକୁ ଆଣିବା ସହିତ ଏନେଇ ଉଦଳା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଉର୍ମିଳା ଜୀବନ ହାରିବା ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ କରିଲେ ସବୁ ସତ ସାମ୍ନାକୁ ଆସିବ ବୋଲି ଉର୍ମିଳାଙ୍କ ବାପା କହିଛନ୍ତି ।
