ଭୁବନେଶ୍ବର : ଭୁବନେଶ୍ବରରୁ ଚୋରି, କୋଲକାତାରୁ ଗିରଫ । ସହିଦ ନଗରରେ ଏକ ମଲ୍ ରେ ଥିବା ଅଳଙ୍କାର ଦୋକାନରୁ ଲୁଟ୍ କରି ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଦୀନେଶ କୁମାର ଠକରକୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଏହା ସହ ଲୁଟ୍ ଗହଣା କିଣିଥିବା ଦୋକନି ମାଲିକ ସଞ୍ଜୟ ଗୁପ୍ତା ମଧ୍ୟ ଗିରଫ ହୋଇଛି । ଚଢାଉ କରି କୋଲକାତା ବହୁବଜାରରୁ ଲୁଟ୍ ଗହଣା ଜବତ କରିଛି ପୋଲିସ ।
ଜବତ ଗହଣାର ଆନୁମାନିକ ମୁଲ୍ୟ ୧୦ଲକ୍ଷରୁ ଟଙ୍କାରୁ ଅଧିକ ହେବ । ଅଭିଯୁକ୍ତ ଦୀନେଶ କୁମାର ଗ୍ରାହକ ବେଶରେ ଆସି ଲୁଟ୍ କରିଥିଲା । ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ବେଳେ ଲୁଟ୍ ଗହଣା କଲିକତାରେ ବିକ୍ରି କରିଥିବା ମାନିଥିଲା । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଏହି ଗ୍ୟାଙ୍ଗ ରାୟପୁର ଛତିଶଗଡ,ଗୁଜୁରାଟ ଏବଂ ନାଗପୁରରେ ମଧ୍ୟ ଲୁଟ୍ ଘଟଣାରେ ଥିଲା ସାମିଲ ।
