ପୁରୀ : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତିନି ଠାକୁରଙ୍କୁ ନେଇ ଜନ୍ମବେଦୀ ଅଭିମୁଖେ ତିନି ରଥ । ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ । ଘର୍ଘର ନାଦ କରି ଭକ୍ତଙ୍କ ଗହଣରେ ଗଡ଼ୁଛି ତିନି ରଥ । ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଓ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ପରିବେଶ । ଆଗରେ ତାଳଧ୍ବଜ ରଥରେ ଯାଉଛନ୍ତି ବଡ଼ ଠାକୁର ବଳଭଦ୍ର । ମଝିରେ ଦର୍ପଦଳନ ରଥରେ ବିଜେ ହୋଇ ବଡ଼ ଭାଇଙ୍କ ପଛେପଛେ ଯାଉଛନ୍ତି ଭଉଣୀ ସୁଭଦ୍ରା । ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ । ବିଳମ୍ବରେ ଟଣା ହୋଇଥିଲା ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ।
