ଜୟ ଜଗନ୍ନାଥ!
ହରିୟାଣାର ଫରିଦାବାଦ ସ୍ଥିତ ଶିବ-ଶକ୍ତି ମନ୍ଦିର, ଶିବ-ଦୁର୍ଗା ବିହାର, ଲକ୍କଡ଼ପୁର ଠାରେ ତୃତୀୟ ବର୍ଷର “ଶ୍ରୀ ଜଗନ୍ନାଥ ରଥଯାତ୍ରା ମହୋତ୍ସବ–୨୦୨୬” ଅତ୍ୟନ୍ତ ଆଡ଼ମ୍ବର, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଥିଲା।
ଏହି ପବିତ୍ର ଯାତ୍ରାର ଶୁଭାରମ୍ଭ ୨୦୨୪ ମସିହାର ଜ୍ୟେଷ୍ଠ ପୂର୍ଣ୍ଣିମା (ଦେବ ସ୍ନାନ ପୂର୍ଣ୍ଣିମା) ଦିନ ହୋଇଥିଲା। ସେହି ପବିତ୍ର ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ସୁଦର୍ଶନ ଏବଂ ଗରୁଡଙ୍କ ବିଗ୍ରହକୁ ବିଧିବିଧାନ ପୂର୍ବକ ମହା ଆଡ଼ମ୍ବରରେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ଶିବ-ଶକ୍ତି ମନ୍ଦିର ଲକ୍କଡ଼ପୁର, ଫରିଦାବାଦ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଜଗନ୍ନାଥ ଭକ୍ତିର ଏକ ପବିତ୍ର କେନ୍ଦ୍ର ଭାବେ ପରିଚିତ ହୋଇଆସୁଛି ଏବଂ ଜଗନ୍ନାଥ ଭକ୍ତିର ପ୍ରଚାର ଓ ପ୍ରସାରର ଏକ ବଡ କେନ୍ଦ୍ର ଭାବରେ ପରିଚିତ ହୋଇଆସୁଛି।
ଓଡ଼ିଆ ସମାଜ ସହିତ ଅଣ-ଓଡ଼ିଆ ଭକ୍ତବୃନ୍ଦ ମଧ୍ୟ ସମାନ ଭାବରେ ଏହି ସମସ୍ତ ପର୍ବପର୍ବାଣୀରେ ସାମିଲ ହୋଇ ଓଡ଼ିଆ ସଂସ୍କୃତି, ସାମ୍ପ୍ରଦାୟିକ ସଦ୍ଭାବ ଓ ଭାଇଚାରାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଆସୁଛି।
ଏହି ଅବସରରେ ସହ ସହ ଭକ୍ତଙ୍କ ସମାଗମ, ଭଜନ-କୀର୍ତ୍ତନ, ବେଦମନ୍ତ୍ର ଉଚ୍ଚାରଣ, ପାରଂପରିକ ପୂଜାର୍ଚ୍ଚନା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
“ଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ୱକୁ ଏକତା, ପ୍ରେମ, ସେବା ଓ ଭକ୍ତିର ବାର୍ତ୍ତା ପ୍ରଦାନ କରୁ।”
ସଂଜୟ ଦାସ, ବରିଷ୍ଟ ସାମ୍ବାଦିକ ଭୁବନେଶ୍ୱର।
