ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି l ଜନ୍ମବେଦୀରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଲମ୍ବା ବ୍ୟାରିକେଡ଼ରେ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରୁଛନ୍ତି। ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଦର୍ଶନ କରିବା ପରେ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରିିଥିଲେ । ଏହାସହ ଆଡପ ମଣ୍ଡପରେ ଆଡ଼ପ ଅବଢ଼ା ପାଇ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି ଭକ୍ତ l
ଏପଟେ ଆଜି ମହାପ୍ରଭୁଙ୍କ ଦ୍ବିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ୭ ଘଣ୍ଟା ଦର୍ଶନ ବନ୍ଦ । ଆସନ୍ତାକାଲି ପଵିତ୍ର ହେରାପଞ୍ଚମୀ । ଅଭିମାନିନୀ ମାଆ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବାର ପରମ୍ପରା ରହିଛି l ଏପଟେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ l ଜନ୍ମ ବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୋଲିସ ଡିଜି ।
