ଭୁବନେଶ୍ୱର: ଟ୍ରାଫିକ ନିୟମ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଭୀମଟାଙ୍ଗୀ ଫେଜ୍-୧ ରେ ମା’ ଗଜଲକ୍ଷ୍ମୀ ପୂଜା କମିଟିର ସହଯୋଗରେ ସାହାଯ୍ୟ ଗ୍ରୁପ୍ ପକ୍ଷରୁ ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କର୍ପୋରେଟର ଶିବନାରାୟଣ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଲୋକମାନଙ୍କୁ ଟ୍ରାଫିକ ନିୟମ ପାଳନର ଆବଶ୍ୟକତା ସମ୍ପର୍କରେ ବୁଝାଇବା ସହ ସଚେତନତାମୂଳକ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ୨୦ରୁ ଊର୍ଦ୍ଧ୍ୱ ଟ୍ରାଫିକ ନିୟମ ସମ୍ବଳିତ ବ୍ୟାନର ଧରି ସଦସ୍ୟମାନେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ପ୍ରତାପ ପଣ୍ଡା, ସମ୍ପାଦକ ରତ୍ନାକର ମହାକୁଡ଼, ଅଜୟ ବେହେରା, ମନୋଜନ ପଟ୍ଟନାୟକଙ୍କ ସମେତ କମିଟିର ସଦସ୍ୟମାନେ ଯୋଗଦେଇ ଟ୍ରାଫିକ ସଚେତନତା ସୃଷ୍ଟି କରିଥିଲେ। ସାହାଯ୍ୟ ଗ୍ରୁପ୍ର ଅଧ୍ୟକ୍ଷ ଲିଙ୍ଗରାଜ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ଭୁବନେଶ୍ୱର ରୁ ସ୍ବର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ….
