ଭୁବନେଶ୍ୱର : ଗୁପ୍ତା ପାୱାର ଇନଫ୍ରାଷ୍ଟକ୍ଚର ଲିମିଟେଡ ଉପରେ ସିବିଆଇ ରେଡ । ୪ଟି ରାଜ୍ୟରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ । ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, ଉତ୍ତରାଖଣ୍ଡରେ ରେଡ୍ । ୧୧ ଶହ ୯କୋଟି ଟଙ୍କାର ଠକେଇ ନେଇ ସିବିଆଇ ପକ୍ଷରୁ ତନାଘନା ଜାରି । ଷ୍ଟକର ମୂଲ୍ୟ ହେରଫେର କରି ବର୍ଦ୍ଧିତ ଦର୍ଶାଇ । ବର୍ଦ୍ଧିତ କ୍ରେଡିଟ୍ ସୁବିଧା ପାଇବା ପାଇଁ କମ୍ପାନୀର ହେରଫେର ନେଇ ଅଭିଯୋଗ ଆଧାରରେ ରେଡ୍ । ଋଣ ପାଣ୍ଠି ଚୋରି ଅଭିଯୋଗରେ ତନାଘନା କରୁଛି ସିବିଆଇ। ମେସର୍ସ ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡର ଚାରି ଜଣ ଅଭିଯୁକ୍ତ ନିର୍ଦ୍ଦେଶକଙ୍କ ଘର ସମେତ ପଶ୍ଚିମବଙ୍ଗରେ ଥିବା କମ୍ପାନି କାର୍ଯ୍ୟାଳୟ , ଉତ୍ତରାଖଣ୍ଡ ଉଦ୍ଧମସିଂହ ନଗର ଜିଲ୍ଲା କାଶୀପୁର,ତାମିଲନାଡୁର ତିରୁଭଲ୍ଲୁର, ଓଡ଼ିଶାର ଭୁବନେଶ୍ୱର ସ୍ଥିତ କମ୍ପାନୀର ତିନୋଟି ଉତ୍ପାଦନ ୟୁନିଟ୍ ରେଡ କରିଛି ଟିମ୍।
