ବାଂଶପାଳ : ଲଗାଣ ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶୁଆକାଟୀ-ଦବୁନା ରାସ୍ତାର ଧାନଗଦୀ ନିକଟସ୍ଥ ରାଣୀମା ନାଳ ଉପର ପୋଲ ଲଗାଣ ବର୍ଷାରେ ଭୁସୁଡିପଡ଼ିଛି । ଫଳରେ, ବାଂଶପାଳ ବ୍ଲକର ପାଖାପାଖି ୧୦ଟି ପଞ୍ଚାୟତର ଲୋକଙ୍କର ଯାତାୟାତ ବାଧାପ୍ରାପ୍ତ ହୋଇଛି । କିଛି ଲୋକ ବିପଦସଂକୁଳ ଭାବେ ଏହି ରାସ୍ତାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ଏଠାରେ ପୋଲ ଭୁଶୁଡ଼ିପଡ଼ିବାରୁ , ବସ୍ ଏବଂ ଅନ୍ୟ ବଡ଼ ଗାଡ଼ି, ତରମାକାନ୍ତ ମଧ୍ୟ ଦେଇ ୭ କିଲୋମିଟର ବାଟ ବୁଲିକି ଯିବାକୁ ପଡୁଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଯଥାଶୀଘ୍ର ଏହି ପୋଲ ମରାମତି କରିବାକୁ ଦାବି କରିଛନ୍ତି ଲୋକେ ।
