ଭୁବନେଶ୍ବର: ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ଵର ଜିଲ୍ଲା । କେନ୍ଦୁଝର ଜିଲ୍ଲାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟାରେ ଭାସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ଉପରେ କାନ୍ଥ ପଡି ଜୀବନ ଯାଇଛି । ସେହିଭଳି କେନ୍ଦୁଝରରେ ପାଣି ନିଷ୍କାସନ କରିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ମୃତ୍ୟୁ ହୋଇଛି। ୬ ଜିଲ୍ଲାରେ ୪୪ ବ୍ଲକ ରେ ୨ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ଏବେ ବି ୨୨୬ ଗାଁ ଜଳବନ୍ଦୀ ରହିଛି। ପ୍ରଭାବିତ ଜିଲ୍ଲା ଗୁଡିକର ସରକାରୀ ଅଧିକାରୀଙ୍କର ଛୁଟି ବାତିଲ ହୋଇଛି । ୩୦ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ରିଲିଫ ସେଣ୍ଟରରେ ରନ୍ଧା ଖାଦ୍ୟରେ ବ୍ୟବସ୍ଥା କରାଯାଇଛି । ଆଜି ମହାନଦୀ ତଳ ମୁଣ୍ଡରେ ବର୍ଷା ଆରମ୍ଭ ହୋଇଛି। ହୀରାକୁଦରେ ୨ ଗେଟ ଖୋଲଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରହି ବନ୍ୟା ସ୍ଥିତି ବାବଦରେ ଅବଗତ ହୋଇଛନ୍ତି। ପଶ୍ଚିମ ଓଡିଶା ଏବଂ ଦକ୍ଷୀଣ ଓଡ଼ିଶାର ଜିଲ୍ଲା ଗୁଡିକୁ ହାଇଆଲର୍ଟ ରଖିଛୁ। ସ୍ଥିତି ନିୟନ୍ତ୍ରଣଧୀନ ରହିଛି ।
