ଭୁବନେଶ୍ୱର : ଇଣ୍ଡିଆନ୍ ଆଇଡଲ୍’ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ନବୀନ ନିବାସରେ ସମ୍ବର୍ଦ୍ଧନା । ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ର ବିଜେତା ଓଡ଼ିଆ ଗାୟିକା ଜ୍ୟୋତିର୍ମୟୀ ନାୟକଙ୍କୁ ବିରୋଧୀ ଦଳନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ନବୀନ ଜ୍ୟୋତିର୍ମୟୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଜ୍ୟୋତିର୍ମୟୀ ତାଙ୍କ ସୁମଧୁର କଣ୍ଠ ଓ ନିଷ୍ଠାପୂର୍ଣ୍ଣ ସାଧନା ବଳରେ ସମଗ୍ର ଦେଶରେ ଓଡ଼ିଶାର ନାମକୁ ଗୌରବାନ୍ୱିତ କରିଛନ୍ତି ବୋଲି ନୀବନ କହିଛନ୍ତି। ଜ୍ୟୋତିର୍ମୟୀ ନାୟକ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ର ବିଜେତା ହୋଇ ଜାତୀୟ ସ୍ତରରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ତାଙ୍କ ସଫଳତାକୁ ନେଇ ସମଗ୍ର ଓଡ଼ିଶାରେ ଖୁସିର ଲହରୀ ଦେଖାଦେଇଛି।
