ଘଟଗାଁ: କେନ୍ଦୁଝର ପାଟଣା ବନାଞ୍ଚଳରେ ବୁଲିଲେ ହାତୀପଲ। ଦୁଇଟି ପୃଥକ ଦଳରେ ଅଛନ୍ତି ୨୬ ଟିକିଆ ହାତୀପଲ। ପାଟଣା ବନାଞ୍ଚଳ ବିଭିନ୍ନ ଗାଁରେ ପଶି ଧାନଚାଷ ସହ ମକା ଓ ବୋଇତାଳୁ ଫସଲ ନଷ୍ଟ କରିଛନ୍ତି। ଗତକାଲି ମଙ୍ଗଳପୁର ନିକଟରେ ହାତୀପଲଙ୍କୁ ଦେଖିବାକୁ ଲୋକଙ୍କ ଗହଳି ହୋଇଥିଲେ। ଖବରପାଇ ପାଟଣା ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ତାଙ୍କ ନିକଟକୁ ନଜିବାକୁ ସତର୍କ କରାଉଛନ୍ତି ।
ଖବର ପାଇ ପାଟଣା ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ହାତୀମାନେ କେଉଁ ଦିଗକୁ ଯାଉଛନ୍ତି ଏବଂ କେଉଁ ଅଞ୍ଚଳରେ ରହୁଛନ୍ତି, ସେନେଇ ବନବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ କରାଯାଉଛି । ବନବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ ରହିବା ସହ ରାତି ସମୟରେ ଏକୁଟିଆ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ହାତୀପଲ ଦେଖାଗଲେ ସେମାନଙ୍କୁ ଉତ୍ତେଜିତ ନକରି ତୁରନ୍ତ ବନବିଭାଗକୁ ଖବର ଦେବାକୁ କୁହାଯାଇଛି । ଏହା ସହ ହାତୀଙ୍କ ନିକଟରେ ଭିଡ଼ ନକରିବାକୁ ମଧ୍ୟ ବନବିଭାଗ ଅନୁରୋଧ କରିଛି ।
