ଭୁବନେଶ୍ୱର ( ପି ଏ ନ ):
ୱାକର୍ସ ଇଣ୍ଟରନ୍ୟାସନାଲ ସହ ଅନୁବନ୍ଧିତ ଫନ୍ ଆଣ୍ଡ ଫିଟନେସ ୱାକର୍ସ କ୍ଲବ୍ ସ୍ୱାଧୀନତାର ୭୦ ବର୍ଷ ପୂର୍ବରୁ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ “ଆନନ୍ଦ ମଠ”ରେ ପ୍ରକାଶିତ ଦେଶାତ୍ମବୋଧ ସଙ୍ଗୀତର ମହାନ ପଂକ୍ତି “ବନ୍ଦେ ମାତରଂ”ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଫ.ଏଫ.ସି. ର ସଭାପତି ସୁଧାକର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ୮୦ ତମ ସ୍ୱାଧୀନତା ଦିବସ ଏନ-୩ ପାର୍କରେ ପାଳନ କରିଅଛି। ଏଥିରେ ମହର୍ଷି ପବ୍ଲିକ ସ୍କୁଲ, କ୍ୟୁଟି କିଡ୍ସ ପବ୍ଲିକ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଶାଇନିଙ୍ଗ ଷ୍ଟାର କ୍ଲବର ସମସ୍ତ ସଭ୍ୟ, ସ୍ଥାନୀୟ ବସ୍ତି ବାସିନ୍ଦା, ବୁଦ୍ଧିଜୀବୀ ଓ ବହୁ ସଂଖ୍ୟକ ପଥଚାରୀ ଯୋଗ ଦେଇଥିଲେ।

ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ୧୯୭୧ ଏବଂ କାରଗିଲ ଯୁଦ୍ଧ ୧୯୯୯ ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ଭାରତୀୟ ବାୟୁସେନାର ପୂର୍ବତନ ଉଇଙ୍ଗ କମାଣ୍ଡର ଅଶୋକ ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଓଡିଶା ହାଇକୋର୍ଟ ତଥା ଭୁବନେଶ୍ୱର ବାର କାଉନସିଲର ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ଦାସ, ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦେଶକ ଡଃ ଅଞ୍ଜଳି ଛୋଟରାୟ, ମହର୍ଷି ପବ୍ଲିକ ସ୍କୁଲର ନିର୍ଦ୍ଧେଶିକା ହେନା ମହାପାତ୍ର, କ୍ୟୁଟି କିଡ୍ସ ସ୍କୁଲର ପ୍ରିନ୍ସିପାଲ ସଂଯୁକ୍ତା ପଣ୍ଡା ଯୋଗ ଦେଇଥିଲେ। ବକ୍ତୃତା, ସଙ୍ଗୀତ ଓ ନିଜ ସ୍କୁଲରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଛାତ୍ରୀ ଆଦିତୀ ତନୟା, ହିଦ୍ରା ଦାସ, ପିୟୁସୀ ବିଶୋଇ ଏବଂ ସୁହାନୀ ସାସମଲଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମକୁ ଏଫ.ଏଫ.ସି.ର ଉପଦେଷ୍ଟା କେଦାର ପଟ୍ଟନାୟକ, ପ୍ରେମାନନ୍ଦ ପୃଷ୍ଟି, ପୂର୍ବତନ ସଭାପତି ଆଶିଷ ପଟ୍ଟନାୟକ, କୋଷାଧକ୍ଷ ପ୍ରଦୀପ୍ତ ପଣ୍ଡା, ଉପସଭାପତି ଭବାନୀ ପଟ୍ଟନାୟକ, ବୈଷ୍ଣବ ଓଝା, ବାବୁରାମ ସେଠୀ, ପ୍ରତାପ ରାଉତରାୟ, ପି.ଆର.ଓ. ଅମୀୟ ଶର୍ମା, ପ୍ରଦୀପ ରାଉତ, ସିଦ୍ଧାର୍ଥ ଚୌଧୁରୀ, କୃଷ୍ଣଚନ୍ଦ୍ର ପାତ୍ର, ଶିବିର ପରିଡା, ଡଃ ରଙ୍ଗାଧର ସାହୁ, ବି.ଡି.ଏ. ଅଧିକାରୀ ମନସ୍ୱୀ ଖୁଣ୍ଟିଆ, ଅକ୍ଷୟ ବାରିକ, ରୋଟାରିଆନ ଗଜେନ୍ଦ୍ର ବେହେରା, ମଧୁସ୍ମିତା ପ୍ରିୟଦର୍ଶିନୀ, ପ୍ରଭାତୀ ସାହୁ, ସୁମିତ୍ରା ବେହେରା ପ୍ରମୁଖ ପରିଚାଳନା କରିଥିଲେ ଏବଂ ମନ୍ଦାକିନୀ, ଯଶୋଦା, ତପସ୍ୱିନୀ, ଆକାଂକ୍ଷା, ସ୍ୱପ୍ନା ରାଉତ, ଶ୍ରୀଲତା ଚୌଧୁରୀ, ମୋହନ, ଲାଲମୋହନ ପ୍ରଧାନ, ରମେଶ ପରିଡା, କ୍ରିଷ୍ଣା ନାୟକ, ଅରବିନ୍ଦ ମହାପାତ୍ର ପ୍ରମୁଖ ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ।
