ଭୁବନେଶ୍ୱର : ଓଡ଼ିଶା ପୋଲିସରେ ବଡ଼ ଧରଣର ଅଦଳବଦଳ। ୬ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବଦଳି। ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୬ ଜଣ ବରିଷ୍ଠ ଆଇପିଏସ୍ (IPS) ଅଧିକାରୀଙ୍କୁ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି। ସତ୍ୟବ୍ରତ ଭୋଇ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ପଦବୀରୁ ବଦଳି ହୋଇ ରାଜ୍ୟ ଗୁଇନ୍ଦା ବିଭାଗର ନୂତନ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି।
ହିମାଂଶୁ କୁମାର ଲାଲ୍ ଉତ୍ତରାଞ୍ଚଳ ଆଇଜି ଦାୟିତ୍ୱରୁ ତାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏବଂ ସ୍ପେଶାଲ ଟାସ୍କ ଫୋର୍ସ ର ଆଇଜି ଭାବେ ନୂତନ ଦାୟିତ୍ୱ ମିଳିଛି। ଜୟ ନାରାୟଣ ପଙ୍କଜ ଗୁଇନ୍ଦା ବିଭାଗ ଆଇଜି ଦାୟିତ୍ୱରୁ ତାଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜର ଆଇଜି ଭାବେ ବଦଳି କରାଯାଇଛି। ନୀତି ଶେଖର ବ୍ରହ୍ମପୁର ଆଇଜି ଦାୟିତ୍ୱରୁ ତାଙ୍କୁ କଟକ ପୋଲିସ ମୁଖ୍ୟାଳୟରେ ଆଇଜି (ପ୍ରୋଭିଜନିଂ) ଭାବେ ଅବସ୍ଥାପିତ କରାଯାଇଛି।
ଚରଣ ସିଂହ ମୀନା ଡିଆଇଜି (ପ୍ରୋଭିଜନିଂ) ପଦବୀରୁ ତାଙ୍କୁ ଉତ୍ତରାଞ୍ଚଳ ରେଞ୍ଜର ଡିଆଇଜି ଭାବେ ବଦଳି କରାଯାଇଛି। ଆଶିଷ କୁମାର ସିଂହ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜର ଡିଆଇଜି ସହ ଅନୁଗୋଳ ପୋଲିସ ଟ୍ରେନିଂ କଲେଜର ପ୍ରିନ୍ସିପାଲ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
