ରାୟଗଡା : ୩ଲକ୍ଷ ଟଙ୍କାର ଶାଳ କାଠ ଓ ପଟା ଜବତ। ରାୟଗଡା ବନଖଣ୍ଡ ଅଧିକାରୀ ନିର୍ଦ୍ଧେଶ କ୍ରମେ ରାୟଗଡ଼ା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀ ନେତୃତ୍ଵରେ ରାୟଗଡ଼ ବନାଞ୍ଚଳର ଅପେରସେନ ଆରମ୍ଭ ହୋଇଥିଲା । ସମସ୍ତ ବନ କର୍ମଚାରୀ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ଯାଞ୍ଚ କରିଥିଲେ । ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ । ଏହି ଚଢାଉରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ , ଗୌରୀ ଶଙ୍କର ଚିକ।ଟୀ ଓ ବିବେକ ରାଓ କାଲାଗାରା ଙ୍କ ଘରେ ଚଢାଉ କରଯାଇଥିଲା ।
ଏହି ଚଢାଉରେ କେ ଶ୍ରୀନିବାସ ଘରେ ବେଆଇନ ଭାବେ ରଖାଯାଇଥିବା ୬୭ ଗୋଟି ଶାଳ ସାଇଜ , ଗୌରୀ ଶଙ୍କର ଚିକ।ଟୀ ଘରେ ୬୬ ଗୋଟି ଶାଳ ସାଇଜ, ପଟା ଓ ବିବେକ ରାଓ କ।ଲାଗାରାଙ୍କ ଘରେ ୫୬ ଗୋଟି ଶାଳ , ପିଆଶାଳ ଓ ଶାଗୁଆନ ସାଇଜ ଜବତ କରଯାଇଥିଲା । ସେମାନେ କୌଣସି ସଠିକ୍ କାଗଜପତ୍ର ଦେଖାଇ ପାରିନଥିଲେ । ସେମାନେ ସ୍ଵୀକାର କରିଲେ ଯେ ସେମାନେ ବେଆଇନ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଆଣିଥିଲେ । ଏହି ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୩ଲକ୍ଷ୍ୟ ଟଙ୍କା ହେବ । ଏହି ଚଢାଉରେ ରାୟଗଡ଼ ସେକ୍ସନର ବନପାଳ ଗୌରୀ ଶଙ୍କର ସାହୁ , ପଦ୍ମାବତୀ ପାଢୀ , ବନପାଳ ଓ ରାୟଗଡ଼ ବନାଞ୍ଚଳର ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।
