ଭୁବନେଶ୍ୱର : ୭୩ତମ ମିସ୍ ୱାର୍ଲଡ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାକୁ ଭିଏତନାମ ଗସ୍ତରେ ଥିବା ଭାରତୀୟ ବିୟୁଟି ପିଜେଣ୍ଟ ମିସ୍ ଇଣ୍ଡିଆ ନିକିତା ପଡୁଆଲ୍ କିସ୍ର ଭୂୟସୀ ପ୍ରଶଂସା କରିଛନ୍ତି । ନିକଟରେ ନିକିତା କିସ୍ ଆସି ସେଠାରେ ରହି ପଢ଼ୁଥିବା ଜନଜାତି ଛାତ୍ରଛାତ୍ରୀଙ୍କ ସହ କିଛି ଦିନ ଅତିବାହିତ କରିଥିଲେ । କିସ୍ ରେ ରହିବା ସମୟରେ ସେ ଜନଜାତିଙ୍କ ଜୀବନଜୀବିକା, ସଂସ୍କୃତି, କଳା ଓ ପରମ୍ପରା ବିଷୟରେ ଅନେକ କଥା ଜାଣିଥିଲେ ।
ମିସ୍ ୱାର୍ଲଡ ପ୍ରତିଯୋଗିତାରେ ଯୋଗଦେବା ପାଇଁ ବିଶ୍ୱର ବିଭିନ୍ନ ଦେଶର ପ୍ରତିଯୋଗୀ ଭିଏତନାମରେ ପହଞ୍ଚିଛନ୍ତି । ଏଭଳି ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ସମଗ୍ର ବିଶ୍ୱ ସମ୍ମୁଖରେ ନିକିତା କିସ୍ର ଉଚ୍ଚ ପ୍ରଶଂସା କରିବା ସହ ଓଡ଼ିଶାର ମଧ୍ୟ ପ୍ରଶଂସା କରିଛନ୍ତି । ଏହି ଖବର ଜାଣିବା ପରେ କିସ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ଅବସରରେ କିସ୍ ପିଲାମାନେ ନିକିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି ।
