ବ୍ରହ୍ମପୁର : ଦାଦାବଟି ମାଗିବା ପଡିଲା ମହଙ୍ଗା । ଦାଦାବଟି ମାଗି ବନ୍ଧା ହେଲେ ୩ଯୁବକ । ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଏକ ବସକୁ ଅଟକାଇ ଡ୍ରାଇଭରଙ୍କୁ ବଟି ମାଗିଥିଲେ କିଛି ଯୁବକ । ବଟି ନ ଦେବାରୁ ବସ୍ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ନିର୍ଦ୍ଧୁମ ମାଡ଼ ମାରିଥିଲେ । ବସ୍ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଡ଼ିକୁ ବାଡ଼ିରେ ବାଡ଼େଇ ଭାଙ୍ଗିଥିଲେ ଦୁବୃତ୍ତ ।
ଅଶ୍ଲୀଳ ଭାଷାରେ ବସ୍ କର୍ମଚାରୀଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣା ପରେ ପୋଲିସରେ ଅଭିଯୋଗ କରିଥିଲେ ବସ୍ କର୍ମଚାରୀ। ଅଭିଯୋଗ ପରେ ୩ଜଣ ଯୁବକଙ୍କୁ ଗିରଫ କରାଯାଇଛି ।
