ବାରଙ୍ଗ : ଆକ୍ସନ ମୋଡ଼ରେ ବାରଙ୍ଗ ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଓଭର ଲୋଡ଼ିଂ କରି ପରିବହନ କରୁଥିବା ୭ ଟି ଚିପ୍ସ ବୋଝେଇ ହାଇୱା ଜବତ କରିଛି ବାରଙ୍ଗ ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ବାରଙ୍ଗ ଥାନା ପୋଲିସ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଢେଙ୍କାନାଳ ପଟୁ ବାରଙ୍ଗ ଅଭିମୁଖେ ଆସୁଥିବା ୭ଟି ଚିପ୍ସ ବୋଝେଇ ହାଇୱା ଗାଡ଼ି ଗୁଡ଼ିକୁ ଅଟକାଇଥିଲେ । ଗାଡ଼ି ଓଭର ଲୋଡିଂ ଥିବାରୁ ଗାଡ଼ି ଗୁଡ଼ିକୁ ପୋଲିସ ଜବତ କରି କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ହସ୍ତାନ୍ତର କରିଛି ବୋଲି ବାରଙ୍ଗ ଥାନା ଅଧିକାରୀ ବିକାଶ କୁମାର ପଲେଇ କହିଛନ୍ତି ।
