ଭୁବନେଶ୍ବର : ଧଉଳି ଥାନା ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ନିୟନ୍ତ୍ରଣ ହରାଇ ସିଧାସଳଖ ଏକ ଘର ଭିତରେ ପଶି ଧକ୍କା ଦେଇଛି । ଘରେ ଥିବା ପରିବାରର ସଦସ୍ୟମାନେ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଧଉଳି ଥାନା ପୋଲିସ । ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ । ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ଥାନାକୁ ନିଆଯାଇଥିବା ବେଳେ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ପୋଲିସ ।
