କଟକ : T 20 League ଚଳିତ ମାସ ୨୦ ତାରିଖରୁ କଟକର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା T20 ଲିଗର CM ଟ୍ରଫି ୨୦୨୬। ଛଅଟି ଦଳକୁ ନେଇ ଆୟୋଜିତ ହେବାକୁ ଥିବା ଏହି ଲିଗ୍ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଜୋରଦାର କରୁଥିବା ବେଳେ ଆଜି ଭୁବନେଶ୍ୱର ରେଳ ଷ୍ଟାଡିୟମରେ କଟକ ପାନ୍ଥର୍ସ ମଧ୍ୟ ଅଭ୍ୟାସ ଜାରି ରଖିଛି। ବିପ୍ଳବ ସାମନ୍ତରାୟଙ୍କ ନେତୃତ୍ୱାଧୀନ କଟକ ପାନ୍ଥର୍ସରେ ସୌରଭ ଗୌଡ଼, ପ୍ରଶାନ୍ତ ରଣା, କାର୍ତ୍ତିକ ବିଶ୍ୱାଳଙ୍କ ଭଳି ଖେଳାଳି ରହିଛନ୍ତି।
ରାଜ୍ୟର ପ୍ରତିଷ୍ଠିତ ମସଲା ବ୍ରାଣ୍ଡ ‘ଭାରତ ମସଲା’ ଦଳର ପ୍ରାୟୋଜକ ରହିଛି। ଆଗାମୀ ଟୁର୍ନାମେଣ୍ଟକୁ ନଜରରେ ରଖି ଆଜି ଭୁବନେଶ୍ୱର ରେଲୱେ ଷ୍ଟାଡିୟମରେ MGM ସହ କଟକ ଟିମ୍ ଏକ ପ୍ରାକ୍ଟିସ୍ ମ୍ୟାଚ୍ ଖେଳିଛି। ଗତ ୩ରୁ ୪ ଦିନ ଧରି ଦଳ ନିୟମିତ ଅଭ୍ୟାସ କରୁଥିବା ବେଳେ ଏହି ପ୍ରାକ୍ଟିସ୍ ମ୍ୟାଚରେ ଖେଳାଳିଙ୍କ ପ୍ରଦର୍ଶନ ସହ ବ୍ୟାଟିଂ, ବୋଲିଂ କମ୍ବିନେସନ୍ ଓ ଟିମ୍ ରଣନୀତି ପରୀକ୍ଷା କରାଯାଇଛି।
ଗତବର୍ଷର ଚାମ୍ପିୟନ୍ କଟକ ଟିମର କିଛି ଅଭିଜ୍ଞ ଖେଳାଳି ଏଥର ମଧ୍ୟ ଦଳରେ ରହିଛନ୍ତି। ସେହିପରି ଅଭ୍ୟାସରେ ଭଲ ପ୍ରଦର୍ଶନ କରୁଥିବା ନୂଆ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯାଉଛି। IPL ଭଳି ବଡ଼ ମଞ୍ଚରେ ଓଡ଼ିଶାର ଖେଳାଳିଙ୍କୁ ସୁଯୋଗ ମିଳିବାରେ ଏଭଳି ଲିଗ୍ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ ବୋଲି ଭାରତ ମସଲାର ନିର୍ଦ୍ଦେଶିକା କହିଛନ୍ତି।
