ରାଉରକେଲାରେ : Puja Torana ରାଉରକେଲାରେ ବଡ଼ ଅଘଟଣ । ବର୍ତ୍ତମାନ ଚାରିଆଡେ ଗଣେଶ ପୂଜା ଚାଲିଥିବା ବେଳେ ଭାଙ୍ଗିଲା ପୂଜା ତୋରଣ । ବର୍ଷା ପବନ ରେ ଭାଙ୍ଗିଲା ରାଉରକେଲା ସହରର ଗଣେଶ ପୂଜା ତୋରଣ । ସିଭିଲ ଟାଉନଶିପ ରେ ଥିବା ପ୍ରାୟ ପଚାଶ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଡିଜିନି ଲ୍ୟାଣ୍ଡ ପେଣ୍ଡାଲ ପ୍ରବଳ ବର୍ଷାରେ ଭୁଶୁଡି ପଡିଛି । ଅପରାହ୍ନ ପ୍ରାୟ ୩ ଟା ବେଳକୁ ହଠାତ ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିଥିଲା ଯାହା ଫଳରେ ୧୫୦ ଫୁଟ ଉଚ୍ଚର ଏହି ପେଣ୍ଡାଲ ଭାଙ୍ଗି ଯାଇଛି ।
ତେବେ ପେଣ୍ଡାଲ ଭିତରେ ଥିବା ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଥିଲେ ମଧ୍ୟ ଗଣେଶଙ୍କ ମୂର୍ତ୍ତି ଥିବା ପେଣ୍ଡାଲ ର କୋଣସି ଖ୍ୟୟଖ୍ୟତି ହୋଇନାହିଁ। ଦୀର୍ଘ ପ୍ରାୟ ଏକ ମାସ ଧରି ସିଭିଲ ଟାଉନସିପ୍ ପୂଜା କମିଟି ର ସଦସ୍ୟ ମାନେ ମିଳିତ ଭାବେ ନିଜର ଶ୍ରମଦାନ କରି ରାଉରକେଲା ସହରବାସୀଙ୍କୁ ଏକ ନୁଆ ପ୍ରକାର ର ପୂଜା ପେଣ୍ଡାଲ କରି ଏହି ପାର୍ବଣ କୁ ସହରର ଏକ ସ୍ବତନ୍ତ୍ର ପରିଚୟ ହାସଲ ପାଇଁ ଲାଗିପଡି କରିଥିଲେ। କଲିକତା ରୁ ଡେକୋରେଟର ର କର୍ମଚାରୀ ମାନଙ୍କୁ ଆଣି ଡିଜନି ଲ୍ୟାଣ୍ଡ ପେଣ୍ଡାଲ କରିଥିବା ବେଳେ ଏଥିରେ ଲାଇଟ୍ ସୋ କରିବାକୁ ଏକ ସ୍ବତନ୍ତ୍ର ଟିମ୍ କୁ ଆଣିବା ପାଇଁ ଯୋଜନା ରଖିଥିଲେ।
କିନ୍ତୁ ଏହି ଲାଇଟ୍ ସୋ ପାଇଁ ଟିମ୍ ଆସିବା ପୂର୍ବରୁ ଆଜି ବର୍ଷା ସମୟରେ ଦୁଇ ତିନି ମିନିଟ ର ଘୂର୍ଣ୍ଣିଝଡ ପେଣ୍ଡାଲ ର ଉପରିଭାଗ କୁ ଭାଙ୍ଗି ଦେଇଥିବା ବେଳେ ନିକଟରେ ଥିବା ଅନ୍ୟାନ୍ୟ ସାଜସଜ୍ଜା କୁ ଖ୍ୟତିଗ୍ରସ୍ତ କରିଛି। ଗଣେଶ ପୂଜା କମିଟି ସଦସ୍ୟମାନେ ପ୍ୟାଣ୍ଡେଲ ଭାଙ୍ଗିବା ଯୋଗୁଁ ଦୁଃଖ ରେ ଭାଙ୍ଗି ପଡିଥିବା ବେଳେ ପୂନର୍ବାର ଏହାର ସାଜସଜ୍ଜା କିଭଳି ପୂର୍ବଭଳି ହୋଇପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିସାରିଛନ୍ତି। ଦୁଇ ଦିନ ପାଇଁ ପୂଜା ପ୍ୟାଣ୍ଡେଲ ରେ ଗଣେଶଙ୍କ ପୂଜା ଚାଲିବ କିନ୍ତୁ ଦର୍ଶକଙ୍କ ଦର୍ଶନ ପ୍ୟାଣ୍ଡେଲ ମରାମତି ପାଇଁ ବନ୍ଦ ରହିବ ବୋଲି କମିଟିର ସଦସ୍ୟମାନେ କହିଛନ୍ତି।
