ବାସୁଦେବପୁର: Temple Robbery ମନ୍ଦିରରୁ ଅଳଙ୍କାର ଚୋରି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଡୁଆଁ ପଂଚାୟତ ନନ୍ଦପୁର ଗାଁର ମା ତାରିଣୀ ଓ ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଭକ୍ତ ମାନେ ପ୍ରତିଦିନ ଭଳି ମନ୍ଦିରକୁ ପୂଜକ ସହ ଆସିଥିଲେ। ଏହି ସମୟରେ ମନ୍ଦିରରେ ଫାଟକ ଭଙ୍ଗାଯାଇଥିବା ଦେଖିଥିଲେ। ଏନେଇ ପୂଜକ ଗ୍ରାମବାସୀଙ୍କୁ ଯଣାଇଥିଲେ । ଦୁର୍ବୁତ୍ତ ମାନେ ତାରିଣୀଙ୍କ ଦୁଇଟି ରୁପା ମୁକୁଟ, ସୁନା ଅଳଙ୍କାର, ରୁପା ଥାଳି ସମେତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରିଥିବା ଯଣାପଡିଛି। ଏ ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି ।
ଘଟଣାକୁ ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରିରେ କେତେଜଣ ସମ୍ପୃକ୍ତ ଥିଲେ ଏବଂ ସେମାନେ କେଉଁ ଦିଗକୁ ଯାଇଛନ୍ତି, ସେନେଇ ପୋଲିସ ତଦନ୍ତ କରୁଛି । ମନ୍ଦିର ଓ ଆଖପାଖ ଅଞ୍ଚଳରେ ଥିବା ସମ୍ଭାବ୍ୟ ପ୍ରମାଣ ଆଧାରରେ ଚୋରଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚାଲିଛି।ମନ୍ଦିର ଓ ଆଖପାଖ ଅଞ୍ଚଳରେ ଥିବା ସମ୍ଭାବ୍ୟ ପ୍ରମାଣ ଆଧାରରେ ଚୋରଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚାଲିଛି ।
