ଭୁବନେଶ୍ବର: MP Accident ମଧ୍ୟପ୍ରଦେଶରୁ ସ୍ବତନ୍ତ୍ର ଆମ୍ବୁଲାନସରେ ଆସୁଛି ୭ ଓଡ଼ିଆଙ୍କ ମରଶରୀର । ମଧ୍ୟପ୍ରଦେଶ ନାଲଖେଡାରୁ ମା ବଗଳାମୁଖୀଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପରିବାର ଛାରଖାର ହୋଇଯାଇଛି । କିଛି ସମୟ ପୂର୍ବରୁ ଓଡ଼ିଶା ସୀମା ରେ ପ୍ରବେଶ କରିଛି ସ୍ବତନ୍ତ୍ର ଆମ୍ବୁଲାନ୍ସ । ତିନୋଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ରେ ମରଶରୀର ଆସୁଛି । ଜଣେ ଏସ୍କର୍ଟ ଅଫିସର ଓ ପୋଲିସ ରହିଛନ୍ତି । ପ୍ରାୟ ରାତି ୧୦ ଟାରେ ଭୁବନେଶ୍ୱର ଜୟଦେବ ବିହାରକୁ ଆସିବ । ସେଠାରୁ ପରିବାରବର୍ଗଙ୍କ ଇଚ୍ଛା ଅନୁଯାୟୀ ରାଜ୍ୟ ସରକାର ପୁରୀ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ପାଇଁ ଆୟୋଜନ କରାଯାଇଛି । ଏହି ଦୁଃଖଦ ଘଟଣାକୁ ନେଇ ପରିବାର ଓ ପରିଜନଙ୍କ ମଧ୍ୟରେ ଶୋକର ବାତାବରଣ ରହିଛି । ମୃତଦେହ ଓଡ଼ିଶାରେ ପହଞ୍ଚିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର ଏବଂ ଶେଷକୃତ୍ୟ ପାଇଁ ପ୍ରଶାସନ ପକ୍ଷରୁ ସମନ୍ୱୟ କରାଯାଉଛି ।
