ସମ୍ବଲପୁର : ବିଦ୍ୟାଳୟରେ ବିଦ୍ୟୁତ ସରବରାହ ବନ୍ଦ ହେବାରୁ ତାତିଲେ ଛାତ୍ରଛାତ୍ରୀ । ସମ୍ବଲପୁର ଧନୁପାଲି ସ୍ଥିତ ଶ୍ରୀଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ହଦଖୀବାକୁ ମିଳିଛଇ ଏଭଳି ଅଭାବନୀୟ ଘଟଣା । ବିଦ୍ୟୁତ ସରବରାହ ଠପ୍ ହେବା ଯୋଗୁଁ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଗତ ଚାରି-ପାଞ୍ଚ ଦିନ ଧରି ବିଦ୍ୟୁତ ସେବା ବନ୍ଦ ରହିଥିବାରୁ ପ୍ରବଳ ଗରମ ଏବଂ ଗୁଳୁଗୁଳିରେ ପିଲାମାନେ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି । ଅନେକ ଥର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ବେ କୌଣସି ସୁଫଳ ମିଳିପାରିନାହିଁ । ଯାହକୁ ନେଇ ଆଜି ବିଦ୍ୟାଳୟର ଛାତ୍ରୀଛାତ୍ର ବାଧ୍ଯ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ।
ଫଳରେ ସମ୍ବଲପୁର – ସୁବର୍ଣ୍ଣପୁର ରାସ୍ତାରେ ଯାତାୟାତ ଠପ୍ ହୋଇ ପଡ଼ିଛି । ପରୀକ୍ଷା ଚାଲୁଥିବା ସମୟରେ ଅସହ୍ୟ ଗରମ ସହି ନପାରି ଦୁଇ-ତିନି ଜଣ ଛାତ୍ରଛାତ୍ରୀ ଶ୍ରେଣୀଗୃହ ଭିତରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଏନେଇ ବିଦ୍ୟୁତ ବିଭାଗ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜଣାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା । କୌଣସି ସୁଫଳ ନମିଳିବାରୁ ଶେଷରେ ଉତ୍ୟକ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ରାସ୍ତା ଉପରକୁ ଓହ୍ଲାଇ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଥିବା ପ୍ରଶାସନ ଓ ବିଦ୍ୟୁତ କମ୍ପାନୀ ବିରୁଦ୍ଧରେ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସମାଧାନ ଦାବି କରିଛନ୍ତି । ସେପଟେ ଡିଇଓ କହିଛନ୍ତି ଆସନ୍ତାକାଲି ଲାଇନ ଆସିଯିବ । ସମସ୍ତ ବିଲ ଗୁଡିକ ପୈଠ କରାଯାଇଛି । ଭୁଲ ବୁଝାମୁଣା ଯୋଗୁଁ ଲାଇନ କାଟିଥିବା ସେ କହିଛନ୍ତି ।
