ନୂଆଦିଲ୍ଲୀ: ଏମଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆର ବିମାନ । ବିମାନକୁ ବୋମା ଧମକ ମିଳିବା ପରେ ଜୟପୁର ଏୟାରପୋର୍ଟରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ AI-2030 । ଜର୍ମାନୀର ଫ୍ରାଙ୍କଫ୍ରଟରୁ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ ବିମାନକୁ ଏହି ଧମକ ମିଳିଥିବା ଜଣାପଡିଛି । ଏହି ସୂଚନା ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ।
ସୂଚନାନୁଯାୟୀ, ଏୟାର ଇଣ୍ଡିଆର ବିମାନ AI-2030 ଫ୍ରାଙ୍କଫ୍ରଟରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ହାଇଜାକ୍ ଆଲର୍ଟ ମିଳିବା ପରେ ପାଇଲଟ୍ କିଛି ସେକେଣ୍ଡ ପାଇଁ Squawk 7500 ଘୋଷଣା କରିଥିଲେ । ଏହା ତୁରନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଇ ଦେଇଥିଲା । ଫଳରେ ବିମାନଟି ତୁରନ୍ତ ଜୟପୁର ବିମାନବନ୍ଦରରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଥିଲା ।
ଅନ୍ୟପଟେ ବିମାନଟିକୁ ଏକ ଆଇସୋଲେସନ ବେକୁ ନିଆଯାଇଥିଲା । ଯେଉଁଠାରେ ସୁରକ୍ଷା କର୍ମୀମାନେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଥିଲେ । ସୁରକ୍ଷା ପ୍ରୋଟୋକଲ ଅନୁସାରେ ଏବେ ବିମାନଟିକୁ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରାଯାଉଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛନ୍ତି । କିନ୍ତୁ ବର୍ତ୍ତମାନସୁଦ୍ଧା ସନ୍ଦେହ ଜନକ ବସ୍ତୁ ମିଳିନାହିଁ ।
