ଯାଜପୁର ଟାଉନ : ଆଜି ପବିତ୍ର ମହାନବମୀ । ନବରାତ୍ର ର ଶେଷ ଦିନ। ଭାରତ ବର୍ଷ ର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପୀଠ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆଜି ମହାନବମୀ ମହା ସମାରୋହରେ ପାଳିତ ହେଉଛି । ଆଜି ବଡ଼ି ଭୋରୁ ପବିତ୍ର ବୈତରଣୀରୁ ଜଳ ଅଣାଯାଇ ମା ଙ୍କ ସ୍ନାନ କରାଯାଇଛି। ପରେ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିଥିଲେ। ଅପରାହ୍ନରେ ନବଦିବସୀୟ ରଥଯାତ୍ରାର ଶେଷ ଦିନରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଆସି ରଥ ଟାଣିଥିଲେ। ଘଣ୍ଟଘଂଟା ହୁଳୁହୁଳିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ରାତ୍ରରେ ମାଙ୍କ ଲାଖବିନ୍ଧା ଉତ୍ସବ ଅନୁଷ୍ଠିତ ହେବ । ମନ୍ଦିର ପ୍ରଶାସନ ପକ୍ଷ ରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
