କଟକ : ଜାତୀୟ ଗ୍ରାମୀଣ ମେଧା ବୃତ୍ତି (NRTS) ପରୀକ୍ଷା-୨୦୨୬ର ଫଳାଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ସେପ୍ଟେମ୍ବର ୨୨ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଚଳିତବର୍ଷ NRTS ପରୀକ୍ଷା ପାଇଁ ମୋଟ ୫୬ ହଜାର ୯୫୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ।
ସେଥିମଧ୍ୟରୁ ୫୫ ହଜାର ୨୦୨ ଜଣ ପରୀକ୍ଷାରେ ଉପସ୍ଥିତ ରହିଥିବାବେଳେ ୧ ହଜାର ୭୫୫ ଜଣ ଅନୁପସ୍ଥିତ ରହିଥିଲେ ।ପରୀକ୍ଷାର ଫଳାଫଳ ବୋର୍ଡର ନିଜସ୍ୱ ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.in ରେ ଉପଲବ୍ଧ ହେଉଛି । ଛାତ୍ରଛାତ୍ରୀ ଏହି ୱେବସାଇଟ୍ ମାଧ୍ୟମରେ ନିଜର ଫଳାଫଳ ଜାଣିପାରିବେ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
