ଗୋଲାମୁଣ୍ଡା (ପି ଏନ):- ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତରେ ଗ୍ରାମ ପଂଚାୟତ ସ୍ତରୀୟ ୭୭ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ସମାରୋହ -୨୦୨୬ ଟେମରି କାର୍ଯ୍ୟାଳୟ ସଭା ଗୃହଠାରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ପ୍ରତିନିଧି କୁମୁଦ ସା ଭାବରେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ନାଏବ ସରପଞ୍ଚ ଦୁଃଖୀରାମ ସା ଓ ସାମ୍ୱାଦିକ ଜଗଜ୍ଜିବନ ସା , କୁମ୍ଭାରୀ ଡାକଘର ଅଧିକାରୀ ପରମେଶ୍ବର ପଟେଲ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷତ୍ତୋମ ନାଏକ ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ସା କଳାହାଣ୍ଡି ଜିଲ୍ଲା ଗଠନ ଦିବସ କାହିଁକି ପାଳନ କରାଯାଇ ଥାଏ ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ଏଥିରେ ଟେମରି ଗ୍ରାମ ପଂଚାୟତର ଜିପିଏଲଏଫ ସମ୍ପାଦିକା,ଇ ସି ସଭ୍ୟା,ସିଆରପି ଓ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ତଥା ୱାର୍ଡ ମେମ୍ବର ଓ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ।
