ସମ୍ବଲପୁର : ଆଜିଠୁ ହୀରାକୁଦ ବଳବସପୁରରେ ସପ୍ତମ ଇକୋ ରିଟ୍ରିଟ ଆରମ୍ଭ । ଉପମୁଖ୍ଯମନ୍ତ୍ରୀ ପ୍ରଭାତି ପରିଡା ଭର୍ଚୁଆଲ ମୋଡରେ ଇକୋ ରିଟ୍ରିଟକୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ୫୦ଟି କଟେଜରେ ପର୍ଯ୍ୟଟକଙ୍କ ରହିବା ପାଇଁ ସୁବିଧା କରାଯାଇଛି । ଏଥିରେ ୨୦ ଟି ପ୍ରିମିୟମ ଓ ୩୦ ଟି ଡିଲକ୍ସ କଟେଜ ରହିଛି । ଆରମ୍ଭରୁ ୩୦୦ ଟି କଟେଜ ବୁକ ହେଇସାରିଲାଣି ।
ଏଥିରେ ପାରା ସେଲିଙ୍ଗ, ଜଳ କ୍ରୀଡା, ବ୍ୟାଡମିଣ୍ଟନ କୋଟ, ଭଲି ବଲ, ସାଇକେଲ ରାଇଡିଙ୍ଗ ଏବଂ ସମ୍ବଲପୁରର ବିଭିନ୍ନ ପର୍ଯ୍ୟଟନ ଓ ମନ୍ଦିର ସ୍ଥାନ ବୁଲି ଦେଖିବେ ପର୍ଯ୍ୟଟକ । ଏହାସହ ରେଷ୍ଟ୍ରୁରାଣ୍ଟ, ବାର ସହ ନିର୍ମାଣ ହୋଇଥିବା କଟେଜରେ ବସି ହୀରାକୁଦ ଜଲଭଣ୍ଡାରର ନୈଶର୍ଗିକ ଶୋଭାରାଜୀର ମଧ୍ୟ ମଜା ନେଇ ପାରିବେ ପର୍ଯ୍ୟଟକ । ଆଜିଠାରୁ ଇକୋ ରିଟ୍ରିଟ ଆରମ୍ଭ ହୋଇ ମାର୍ଚ୍ଚ ମାସ ଯାଏ ଚାଲିବ । ଆବଶ୍ୟକ ହେଲେ ସମୟକୁ ବୃଦ୍ଧି କରାଯିବ ।
