ରୋଟାରୀ କ୍ଲବ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ଏବଂ ପ୍ରଶାନ୍ତି ଏଜୁକେସନାଲ୍ ଏବଂ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶିଶୁ ପ୍ରତିଭା ସମ୍ମାନ ପୁରସ୍କାର ବିତରଣ ଉତ୍ସବ 29ତମ କଳିଙ୍ଗ ପୁସ୍ତକ ମେଳା ସଭାସ୍ଥଳରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ କ୍ଲବର ସଭାପତି ଡ଼. ତନୁଜା ବିଶ୍ୱାଳ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ରୋଟାରୀ ଜିଲ୍ଲା 3262ର ପ୍ରାନ୍ତପାଳ ରୋ. ଅନିଲ୍ କୁମାର ସାମଲ ରୋଟାରୀର ବିଭିନ୍ନ ଜନ ହିତକାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ରୋ. ପ୍ରଶାନ୍ତ କୁମାର ମିଶ୍ର ବାଳକ ବାଳିକାଙ୍କ ପ୍ରତିଭାକୁ ସ୍ଵୀକୃତି ଜଣାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ଅଟିଷ୍ଟିକ୍ ପିଲାମାନଙ୍କର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ
ମହର୍ଷି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ହେନା ମହାପାତ୍ର ରୋଟାରୀ କ୍ଲବ ଏବଂ ପି.ଇ.ସି.ଟି ପ୍ରତୈକ ବର୍ଷ ତାଙ୍କ ସ୍କୁଲରେ ପ୍ରତିଯୋଗିତା ଅନୁଷ୍ଠିତ କରୁଥିବାରୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟତମ ଅତିଥି କର୍ପୋରେଟର ମାନସୀ ସୁନ୍ଦରାୟ ପୁସ୍ତକ ମେଳା ରେ ଏଭଳି କାର୍ଯ୍ୟ କ୍ରମ ଅନେକ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ବୋଲି କହିଥିଲେ।ପିଇସିଟିର ଅଧ୍ୟକ୍ଷା
ତପସ୍ୱୀନି ପଣ୍ଡା ପିଇସିଟିର ଆଭିମୁଖ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବର୍ଣ୍ଣନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ରୋ.ରେଖା ଦାସ ଏବଂ ରୋ.ମଧୁଛନ୍ଦା ବଳ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଦସ୍ୟ ଏବଂ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ରୋ. ଗୋକୁଳ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
