ବାଲୁଗାଁ/ମହାକାଳପଡ଼ା/ ଚାନ୍ଦବାଲି : ବାତ୍ୟା ‘ଅକଭାନ’ ପ୍ରଭାବରେ ଚିଲିକା ଓ ବାଲୁଗାଁ ଅଞ୍ଚଳରେ ଝିପିଝିପି ବର୍ଷା । ଆସନ୍ତା ୨୧ ତାରିଖ ଯାଏଁ ଯାତ୍ରୀବାହୀ ଡଙ୍ଗା ଚଳାଚଳ ବନ୍ଦ ଯୋଗୁଁ ପର୍ଯ୍ୟଟକ ନିରାଶ । ଏଥିସହ ମତ୍ସ୍ୟଜୀବୀଙ୍କୁ ଚିଲିକା ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ମତ୍ସ୍ୟଜୀବୀମାନେ ନିଜ ନିଜର ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିଛନ୍ତି । ଡଙ୍ଗା ଚଳାଚଳ ବନ୍ଦ ଥିବାରୁ ପ୍ରସିଦ୍ଧ ମା’ କାଳିଜାଇଙ୍କ ଦର୍ଶନ ନକରି ନିରାଶ ହୋଇ ଫେରୁଛନ୍ତି ।
ଅନ୍ୟପଟେ ଖାଲି ପଡିଛି ବାତ୍ୟା ଆଶ୍ରୟ ସ୍ଥଳୀ । ବାତ୍ୟା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଲୋକେ ଆସୁନାହାନ୍ତି । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବଉଳ କଣୀ ପଂଚାୟତର କାଂସପାଳ ବାତ୍ୟା ଆଶ୍ରୟ ସ୍ଥଳୀ ଖାଲି ପଡିଛି l ନାଁ ଅଛନ୍ତି ଲୋକ ନା ଆସୁଛି ପ୍ରଶାସନ l ଖାଦ୍ୟପେୟର ବ୍ୟବସ୍ଥା ନ ଥିବାରୁ ଲୋକେ ଆସୁନଥିବା ଅଭିଯୋଗ ହୋଇଛି। ଆଶ୍ରୟ ସ୍ଥଳୀଟି ଉପରେ ପାଖାପାଖି ୬୦୦ରୁ ଉର୍ଦ୍ଧ ଲୋକେ ନିର୍ଭର କରୁଛନ୍ତି ।
ଏଥିସହ ବାତ୍ୟା ପାଇଁ ଚିନ୍ତାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଚାଷୀ । ଆଜି ସକାଳୁ ସକାଳୁ ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ପବନ ଓ ବର୍ଷା ଜାରି ରହିଛି । ଝିପିଝିପ ବର୍ଷା ସାଙ୍ଗକୁ ପବନର ବେଗ ବେଗ ଧୀରେ ଧୀରେ ବଢିବାରେ ଲାଗିଛି। ବ୍ଲକର ଓରାସାହି ଓ କାଣ୍ଡଗରଡ଼ି ପଞ୍ଚାୟତରେ ଆଉ କିଛି ଦିନ ପରେ ଲୋକେ ଧାନ ଅମଳ କରିଥାନ୍ତେ । ମାତ୍ର ବର୍ଷା ପବମ ଯଦି ଅଧିକ ଚାଷୀ ବହୁ କ୍ଷତି ସହିବେ ।
