ଚାନ୍ଦବାଲି: ବାତ୍ୟା ପାଇଁ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉଛି ଚାନ୍ଦବାଲି ବ୍ଲକ ପ୍ରଶାସନ । ୩୬ଟି ବାତ୍ୟା ଆଶ୍ରୟସ୍ଥଳ ସହିତ ବିଭିନ୍ନ ସ୍କୁଲକୁ ପ୍ରସ୍ତୁତ ରଖାଯାଇଛି । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆଶ୍ରୟସ୍ଥଳ ଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ଖାଦ୍ୟ ସାମଗ୍ରୀ ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଗୃହପାଳିତ ପଶୁଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବା ପାଇଁ ବିଭାଗ ପ୍ରସ୍ତୁତ ରହିଛି । ଆବଶ୍ୟକ ପଡିଲେ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ସେପଟେ ପ୍ରଶାସନ ଯାହା କହୁଛି ତାକୁ କରୁନଥିବା ଅଭିଯୋଗ ହୋଇଛି । ଲୋକଙ୍କୁ ସଚେତନତା କରାଇବାରେ ପ୍ରଶାସନ ବିଫଳ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
