ରାଇରଙ୍ଗପୁର ଶାଖା ଭାରତୀୟ ଜୀବନବୀମା ଏଜେଣ୍ଟ ସଂଘ ର ୨୫ତମ ବାର୍ଷିକ ଅଧିବେଶନ ସଭାପତି ସତ୍ଯବ୍ରତ ନନ୍ଦଙ୍କ ସଭାପତିତ୍ବରେ ରାଇରରଙ୍ଗପୁର ସହରସ୍ଥ ସ୍ଥାନୀୟ ପିସିଏମ କଲ୍ଯାଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି କେନ୍ଦ୍ରୟ ସଭାପତି ଲିଆଫୀ ୬୪ ଶ୍ଯାମଲ ଚକ୍ରବର୍ତ୍ତୀ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଚେୟାରମେନ ମହିଳା ସଶକ୍ତିକରଣ ଓ ଉନ୍ନତି କେକା ଚକ୍ରବର୍ତ୍ତୀ, ମୁଖ୍ଯବକ୍ତା ଭାବେ ଜୋନାଲ ସଭାପତି ଶ୍ରୀ ଶିବାଜୀ କୁମାର, ଉପସଭାପତି ଶ୍ରୀ ଉଦୟ କୁମାର ମହାନ୍ତି, କଟକ ଡିଭିଜନ କାଉସିଲ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ଉପଦେଷ୍ଟା ତରୁଣ କୁମାର ଦେ, ଡିଭିଜନ ସମ୍ପାଦକ ରମେଶ ଚନ୍ଦ୍ର ପାଣି ତଥା ସ୍ବତନ୍ତ୍ର ଅତିଥି ରାଇରଙ୍ଗପୁର ଶାଖା ପରିଚାଳକ ଚିତ୍ତରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ସଭାପ୍ରାରମ୍ଭ ପୂର୍ବରୁ ଅତିଥିଗଣଙ୍କୁ ଆଦିବାସୀ ନୁତ୍ଯର ତାଳେ ତାଳେ ହୋଟେଲ ଲିସେନସି ଠାରୁ ବୀମାଅଭିକର୍ତ୍ତାମାନେ ପାଛୋଟି ଆଣିଥିଲେ l

ଏହାପରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ତଦପରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ୨୫ ବର୍ଷ ପୂର୍ତ୍ତୀ ସହିତ ୨୫ଟି ଦୀପ ପ୍ରଜ୍ଜଳିତ କରାଯାଇଥିଲା l ଲିଆଫି ଫାଉଡର ସର୍ଗତ ଅରବିନ୍ଦ ପତି ଓ ନଳିନୀ କୁମାର ଦାଶଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେବା ସହିତ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ନିଗମ ସଂଗୀତ ଗଂଜରିତ ହୋଇଥିଲା l ସଭାପତି ସତ୍ଯବ୍ରତ ନନ୍ଦ ସ୍ବାଗତ ଭାଷଣ ଦେବା ପରେ ରାଇରଙ୍ଗପୁର ଶାଖା ସମ୍ପାଦକ ସରୋଜ କୁମାର ମହାକୁଡ ସମ୍ପାଦକୀୟ ରିପୋର୍ଟ ପ୍ରଦାନ କରିଥିଲେ l ରାଇରଙ୍ଗପୁର ଶାଖା କୋଷାଧକ୍ଷ ହରେରାମ ପଢିଆରୀ ବାର୍ଷିକ ହିସାବ ପାଠ କରିଥିଲେ l ସମ୍ମାନିତ ଅତିଥି ଜୋନାଲ ଉପସଭାପତି ଉଦୟ କୁମାର ମହାନ୍ତି ଭାରତୀୟ ଜୀବନ ବୀମା ନିଗମ ଉପରେ ସୁଚିନ୍ତିତ ବକ୍ତବ୍ଯ ଦେବା ପରେ ମୁଖ୍ଯବକ୍ତା ଶ୍ରୀ ଶିବାଜୀ କୁମାର ବହୁ ଗୁରୁତ୍ବପୂର୍ଣ୍ଣ ଉପଦେଶ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଡିଭିଜନ ସଭାପତି ରବୀନ୍ଦ୍ର କୁମାର ମହାନ୍ତି ଏଲ ଆଇ ସି ଏଜେଣ୍ଟ ମାନଙ୍କୁ ତାଲିମ ନିହାତି ଆବଶ୍ଯକ କହିଥିବାବେଳେ ସମ୍ମାନିତ ଅତିଥି ଚେୟାରମେନ ମହିଳା ସଶକ୍ତିକରଣ ଓ ଉନ୍ନତି କେକା ଚକ୍ରବର୍ତ୍ତୀ ନାରୀ ମାନେ କିପରି ସଶକ୍ତିକରଣ ହେବା ସହିତ ନାରୀମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ l ମୁଖ୍ଯଅତିଥି କେନ୍ଦ୍ରୀୟ ସଭାପତି ଲିଆଫୀ ୬୪ ଶ୍ଯାମଲ ଚକ୍ରବର୍ତ୍ତୀ ବୀମା ଏଜେଣ୍ଟମାନଙ୍କ ଉପରେ ବହୁ ମହତ୍ତପୂର୍ଣ୍ଣ ଉପଦେଶ ପ୍ରଦାନ କରିଥିଲେ l ଏହି ଅବସରରେ ସୁଦୂର ବାଲେଶ୍ବର, ଢେଙ୍କାନାଳ, ଅନୁଗୁଳ, ତାଳଚେର, ଜଳେଶ୍ବର ଓ କେଉଁଝର ରୁ ଆସିଥିବା ଅତିଥିଗଣଙ୍କୁ ସମ୍ମାନିତ କରିବା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା l ଉକ୍ତ ଭବ୍ଯ ସଭାକୁ ଅଧ୍ଯାପକ ମାନସ କୁମାର ପରିଡା ପରିଚାଳନା କରିଥିଲା ବେଳେ ସଂଗଠନ ସମ୍ପାଦକ ମନୋଜ କୁମାର ମହାନ୍ତ ଧନ୍ଯବାଦ ଅର୍ପଣ କରିଥିଲେ l ଏଥିସହିତ ଉକ୍ତ ବୈଠକରେ ସଂଗଠନ ସମ୍ପାଦକ ହେମନ୍ତ କୁମାର ବେହେରା, ଉପକୋଷାଧକ୍ଷ ଗଣେଶ୍ବର ବାରିକ ତଥା ନିର୍ମଳ କୁମାର ନାଏକ, ରାଜୀବ କୁମାର ପରମାଣିକ, ଗୌତମ ବୈଠା, ରବି କୁଅଁର, ରାଜକୁମାର ଗିରି, ନିରୁପମା ମହାନ୍ତ, ପ୍ରିୟଙ୍କା ଦେ, ରୀତା ସାମଲ, ଦମୟନ୍ତୀ ମହାନ୍ତ, ହେମନ୍ତ ଗିରି, ବଙ୍କିମ ମହାନ୍ତ, ଭୀମ ମୁଣ୍ଡା, ଯଶୋବନ୍ତ ମଣ୍ଡଳ, ଦେବେନ୍ଦ୍ର ମହାପାତ୍ର ଓ କେଦାର ଗିରି ପ୍ରମୁଖ ଉପସ୍ଥିତ ହେବା ସହିତ ବହୁ ସଂଖ୍ଯାରେ ଏଜେଣ୍ଟ ବନ୍ଧୁମାନେ ଯୋଗ ଦେଇଥିଲେ l
