ବୁର୍ଲାରେ ଭିସୁଟ ବା ରାଜ୍ୟର ସର୍ବପ୍ରଥମ ବୈଷୟିକ ବିଦ୍ୟା ଅନୁଷ୍ଠାନ ର ଷୋଳତମ ସମାବର୍ତ୍ତନ ଉତ୍ସବ ଏଇ ମାସ ତେର ତାରିଖ ଦିନ ଅନୁଷ୍ଠିତ ହେଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମହାମହିମ ରାଜ୍ୟପାଳ ହରିବାବୁ କମ୍ବମ ପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ୱାଇଁ, କ୍ରୀଡା, ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ଐତିହାସିକ ଶିକ୍ଷାନୁଷ୍ଠାନ ର ମହିମା ଗାନ କରିଥିଲେ l ବିଭିନ୍ନ ବିଭାଗର ସଫଳ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ, ସ୍ଥାପନା ଠୁ ଆଜି ଯାଏଁ ଶ୍ରେଷ୍ଠ ଆଲୁମୁନି ଭାବରେ ପ୍ରାକ୍ତନ ଛାତ୍ର ଇଞ୍ଜିନିୟର ପ୍ରଶାନ୍ତ ଆଚାର୍ଜ୍ୟଙ୍କୁ ସମ୍ମାନିତ କରାଯାଇଥିଲା l ଶ୍ରୀଯୁକ୍ତ ଆଚାର୍ଯ୍ୟ ଜଣେ ସଫଳ ବ୍ୟବସାୟୀ, ସୁଲେଖକ, ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଅଟନ୍ତି l ତାଙ୍କୁ ମହା ମହିମ ରାଜ୍ୟପାଳ ସମ୍ମାନିତ କରିବା ଅବସରରେ ସେ ତାଙ୍କ ପ୍ରତିକ୍ରିୟା ରଖି କହିଥିଲେ -ମୋର ବୁର୍ଲାରୁ ବିଦାୟ ନେବା 40 ବର୍ଷ ହେଇଗଲା l ବୁର୍ଲା ସିନା ମୋତେ ବିଦାୟ ଦେଇଦେଲା l ମୁଁ କିନ୍ତୁ ଏଯାଏଁ ମୋ ହୃଦୟରୁ ବୁର୍ଲାକୁ ବିଦାୟ ଦେଇ ପାରିନି l କହନ୍ତି 40 ବର୍ଷ ପରେ ମଣିଷକୁ ଭଲ ଦିଶେନି l ତାକୁ ଚାଳିଶିଆ ହେଇ ଯାଏ l କିନ୍ତୁ ବୁର୍ଲା ଛାଡିବାର 40 ବର୍ଷ ପରେ ମଧ୍ୟ ମୋ ଆଖିକୁ ବୁର୍ଲାର ସବୁ କିଛି ଆଜି ସ୍ପଷ୍ଟ ଦିଶୁଚି l
ଆମ କ୍ଲାସ ରୁମ, ଆମ ସାଙ୍ଗ ସାଥୀ, ଆମ ହଷ୍ଟେଲ l
ସବୁ କିଛି l
